ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ ରେ ପୁଣି ଥରେ ବିପୁଳ ମାତ୍ରାରେ ଫ୍ୟାନ୍ସ ଷ୍ଟାଡିୟମକୁ ଆସିପାରିବେ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦ ଜୁନରୁ ଏଜବେଷ୍ଟନରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୮ ହଜାର ଫ୍ୟାନ୍ସଙ୍କୁ ଅନୁମତି ମିଳିଛି । ସରକାର ଦ୍ୱିତୀୟ ଟ୍ରାଏଲରେ ୧୮ ହଜାର ଫ୍ୟାନ୍ସ ଆସିବା ପାଇଁ ଅନୁମିତ ଦେଇଛନ୍ତି । ଯାହା ମଇଦାନ କ୍ଷମତାର ୭୦ ପ୍ରତିଶତ । ସରକାର ଓ ଇଂଲଣ୍ଡ ଏଣ୍ଡ ଓଲସ କ୍ରିକେଟ ବୋର୍ଡ ମଧ୍ୟରେ ଏହାକୁ ନେଇ ସହମତି ହୋଇଛି ।
ମଇଦାନକୁ ପ୍ରବେଶ କରିବା ସମୟରେ ଫ୍ୟାନ୍ସଙ୍କୁ ନେଗେଟିଭ ଟେଷ୍ଟର ୨୪ ଘଣ୍ଟା ପୂର୍ବର ରିପୋର୍ଟ ଦେଖାଇବାକୁ ପଡିବ ଏବଂ ସେମାନଙ୍କ ବୟସ ୧୬ ବର୍ଷରୁ ଅଧିକ ହେବା ଦରକାର । ଲର୍ଡସରେ ୨ ଜୁନରୁ ହେବାକୁ ଥିବା ପ୍ରଥମ ଟେଷ୍ଟ ଏହି ପ୍ରୋଜେକ୍ଟର ଅଂଶ ନୁହେଁ । ଏହି କାରଣ ପାଇଁ ଏମସିସି ଏହା ମଧ୍ୟରେ ଯୁବକଙ୍କୁ ଅଧିକରୁ ଅଧିକ ଟିକଟ ଦେବା କଥା କହିଛି ।