22.1 C
Bhubaneswar
Sunday, January 23, 2022
Homeକରୋନାକରୋନା ଭ୍ୟାକ୍ସିନ ନେବା ପରେ ସୋସିଆଲ ମିଡିଆରେ କରୁଛନ୍ତି କି ଶେୟାର

କରୋନା ଭ୍ୟାକ୍ସିନ ନେବା ପରେ ସୋସିଆଲ ମିଡିଆରେ କରୁଛନ୍ତି କି ଶେୟାର

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ କରୋନା ମାମଲା ବୃଦ୍ଧି ପାଉଛି ।  ଅନ୍ୟପଟେ କରୋନାକୁ ହରାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଦେଖାଯାଉଛି, ଲୋକେ ଭ୍ୟାକ୍ସିନ ନେବା ପରେ ସୋସିଆଲ ମିଡିଆରେ ସେଲଫି ଶେୟାର କରୁଛନ୍ତି ଓ ପୋଷ୍ଟ ଲେଖୁଛନ୍ତି । ଯଦି ଆପଣ ସେହିମାନଙ୍କ ମଧ୍ୟରୁ ଯିଏ, ସୋସିଆଲ ମିଡିଆରେ ଭ୍ୟାକ୍ସିନେସନ ସାର୍ଟିଫିକେଟ ସେୟାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସରକାର ଭ୍ୟାକ୍ସିନେସନ ସାର୍ଟିଫିକେଟ କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ ଚେତାବନୀ ଜାରି କରିଛନ୍ତି । ଭ୍ୟାକ୍ସିନେସନ ସାର୍ଟିଫିକେଟ ର ଅର୍ଥ ସେହି କାଗଜପତ୍ର ଯାହା କରୋନା ଭ୍ୟାକ୍ସିନ ଦିଆଯିବା ପରେ ପ୍ରଦାନ କରାଯାଏ । ଏହା ହାର୍ଡ କିମ୍ବା ସଫ୍ଟ ଦୁଇଟି କପିରେ ହୋଇପାରେ । ଟିକା ନେବା ପରେ ଏହାକୁ ମୋବାଇଲ ନମ୍ବରରେ ପଠାଯାଏ । ଆଉ ଲୋକେ ବି ଏହାକୁ ସେୟାର କରିଦିଅନ୍ତି । ତେବେ ଆପଣ ଜାଣିଛନ୍ତି କି ସାଇବର ସିକ୍ୟୁରିଟି ଦୃଷ୍ଟିରୁ ଏହା ଠିକ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking