28.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର– ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ହିଲ୍ ପାଟନା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଆବାହକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ରତ କର୍ମଚାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ । ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଉପ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀ ସଭାପତିତ୍ବ କରିଥିଲାବେଳେ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ପୁର୍ବତନ କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀମତୀ ପ୍ରମିଳା ବିଷୋୟୀ, ସାଂସଦ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ, ଶ୍ରୀ ବିକ୍ରମ କୁମାର ପଣ୍ଡା ବିଧାୟକ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବେ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୋଜନା ବୋର୍ଡ ସଦସ୍ୟ ,ବ୍ରହ୍ମପୁର, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ଶ୍ରୀ ନୀଳମଣି ପଟ୍ଟନାୟକ, ସମାଜ ସେବୀ , ଶ୍ରୀ ଜଗ ମୋହନ ପାତ୍ର, ଉପସଭାପତି ,ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ହୋଇଥିବା ବେଳେ ଶ୍ରୀ ବ୍ରଜ କିଶୋର ନନ୍ଦ, ସମିତିର ପୁର୍ବତନ ସାଧାରଣ ସମ୍ପାଦକ ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ ।

ମୁଖ୍ୟତଃ କର୍ମଚାରୀ ମାନଙ୍କର ସମୂହ ୧୬ ଦଫା ନ୍ୟାର୍ଯ୍ୟ ଦାବି ମାନ୍ୟବର ବିଧାୟକ , ସାଂସଦ , ଅନ୍ୟ କର୍ମଚାରୀ ନେତା ଓ ମିଡ଼ିଆ ବନ୍ଧୁ ମାନଙ୍କ ଜରିଆରେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ମୁଖ୍ୟତଃ ପୁ୍ରୁଣା ପେନସନ୍ ଲାଗୁ କରିବା, ପୁରୁଣା ନିୟମ ଅନୁଯାୟୀ ନିଯୁକ୍ତି , ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ନୀତି, ସମାନ ଷ୍ଟlଫିଙ୍ଗି ପ୍ୟାଟର୍ଣ୍ଣ, ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କନିଷ୍ଠ ସହାୟକ ଦରମା ଲେଭଲ-୯, ସରକାରୀ କର୍ମଚାରୀ ମାନଙ୍କୁ ୨୦ ଲକ୍ଷ୍ୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ, କେନ୍ଦ୍ରୀୟ ହାରରେ ୨୦୧୬ ମସିହାରୁ ଘର ଭଡା ପ୍ରଦାନ, ସରେଣ୍ଡର ଲିଭ୍ ପୁନଃ ପ୍ରଚଳନ, ଜନସଂଖ୍ୟା ଓ ବିଭିନ୍ନ ପ୍ରକାରର ଯୋଜନା ଅନୁଯାୟୀ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି,ପ୍ରତ୍ୟେକ କର୍ମଚାରୀମାନଙ୍କୁ ୪ ବର୍ଷରେ ପ୍ରୋମୋସନ ଦିଆଯାଉ ଅଥବା ବର୍ଦ୍ଧିତ ବେତନ ପ୍ରଦାନ ସହିତ କ୍ୟାଡର ପୁନର୍ଗଠନ,କର୍ମଚାରୀ ମାନଙ୍କ ପରିବାର ସହିତ ଦେଶ ମଧ୍ୟରେ ବୁଲିବା ପାଇଁ ଆର୍ଥିକ ସହାୟତା ପ୍ରଦାନ, ଆଉଟସୋର୍ସିଂ ନିଯୁକ୍ତି ବନ୍ଦ ସହିତ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ସରକାରୀ ପଦରେ ନିଯୁକ୍ତି କରାଯାଉ,ଠିକା ନିଯୁକ୍ତିରେ ଥିବା ଡାଟା ଏଣ୍ଟ୍ରି ଅପରେଟର ଓ ଏନ୍ ଆର୍ ଏଚ୍ ଏମ୍ ଅଧିନରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି କରାଯାଉ, ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ ସି ସି ଏ ମାନଙ୍କୁ ଚତୁର୍ଥ ଶ୍ରେଣୀରେ ନିଯୁକ୍ତି ଦିଆଯାଇ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା, ବ୍ରିଟିଶ୍ ଅମଳରୁ ସରକାରୀ କ୍ୱାଟର ପରିବର୍ତ୍ତନ କରି ୩ ବି ଏଚ୍ କେ ଘର ନିର୍ମାଣ, ସରକାରୀ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ/ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏ ସି ସୁବିଧା ଉପଲବ୍ଧ ଓ ସୂଚନା ଆଇନ୍, ଅଭିଯୋଗ ନିମିତ୍ତ ନୂତନ କାର୍ଯ୍ୟାଳୟ ସହିତ ସବୁ ବିଭାଗର ନିମିତ୍ତ ନୂତନ କର୍ମଚାରୀ ନିୟୋଜିତ କରାଯାଉ l ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଥିଲେ l

ଶେଷରେ ମୁଖ୍ୟ ଉପଦେଷ୍ଟା ଭାବେ ଜଗବନ୍ଧୁ ପାତ୍ର, ଅଧ୍ୟକ୍ଷ ଭାବେ ଶ୍ରୀ ସୁନନ୍ଦ କାନୁନଗୋ, ଶ୍ରୀ ନାରାୟଣ ଦାଶଙ୍କୁ ରାଜ୍ୟ ସଭାପତି, ଶ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କୁ ସାଧାରଣ ସମ୍ପାଦକ ଓ କାର୍ଯ୍ୟକାରୀ ସଭାପତି ରୂପେ ଶ୍ରୀ ଜ୍ଞାନ ରଞ୍ଜନ ଦାସଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପାଇଁ ମନୋନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking