28.1 C
Bhubaneswar
Wednesday, July 23, 2025
Homeଖେଳଭାରତ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ୍‌ରୁ ଏମ୍ମା ବାଦ୍

ଭାରତ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ୍‌ରୁ ଏମ୍ମା ବାଦ୍

ମୁମ୍ବାଇ:  ଇଂଲଣ୍ଡ ବ୍ୟାଟିଂ ଅଲ୍‌ରାଉଣ୍ଡର ଏମ୍ମା ଲାମ୍ବ୍‌ଙ୍କୁ ଏଠାରେ ଡିସେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରୁ ଶୁକ୍ରବାର ପ୍ରତ୍ୟାହାର କରି ନିଆଯାଇଛି । ୨୫ ବର୍ଷୀୟା ଏହି ଖେଳାଳିଙ୍କ ପିଠିରେ ଆଘାତ ଲାଗିଛି ଏବଂ ସେ ସ୍ପାଇନାଲ୍ ସର୍ଜନଙ୍କ ସହ ପରାମର୍ଶ କରିବା ପାଇଁ ସ୍ୱଦେଶ ଫେରିବେ ବୋଲି ଇଂଲଣ୍ଡ କ୍ରିକେଟ୍ ପକ୍ଷରୁ କୁହାଯାଇଛି ।

ମଧ୍ୟକ୍ରମ ବ୍ୟାଟର୍‌୍ ମାୟା ବାଉଚିୟର୍ ଓ ବାମହାତୀ ସ୍ପିନର୍ କ୍ରିଷ୍ଟି ଗର୍ଡନଙ୍କୁ ଟେଷ୍ଟ୍ ଦଳରେ ସାମିଲ କରାଯାଇଥିବା ଇସିବି ପକ୍ଷରୁ କୁହାଯାଇଛି । ଗର୍ଡନ୍ ୪ ବର୍ଷ ତଳେ ଟଉନଣ୍ଟନ୍‌ରେ ଅଷ୍ଟ୍ରେଲିଆ ମହିଳା  ଦଳ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିଥିବା ବେଳେ ବାଉଚିୟର ଏପର୍ଯ୍ୟନ୍ତ ପାରମ୍ପରିକ ଫର୍ମାଟ୍‌ରେ ପଦାର୍ପଣ କରି ନଥିଲେ ମଧ୍ୟ ଇଂଲଣ୍ଡ ମହିଳା ଦଳ ପାଇଁ ୨୨ ଟି-୨୦ ଏବଂ ତିନିଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।ଇଂଲଣ୍ଡ ମହିଳା ସ୍କ୍ୱାଡ୍‌: ଟାମି ବ୍ୟୁମୋଣ୍ଟ, ଡାନି ୱାଟ୍‌, ମାଇଆ ବାଉଚିୟର, ଆଲିସ୍ କ୍ୟାପ୍ସେ, କେଟ୍ କ୍ରସ୍‌, ଚାର୍ଲି ଡିନ୍‌, ସୋଫିଆ ଡଙ୍କ୍‌ଲେ, ସୋଫି ଏକ୍ଲେଷ୍ଟୋନ୍‌, ଲରେନ୍ ଗିଲର୍‌ର୍ କ୍ରିଷ୍ଟି ଗର୍ଡନ୍‌, ଆମି ଜୋନ୍ସ (ୱିକେଟ୍‌କିପର), ବେସ୍ ହିଥ୍ (ୱିକେଟ୍‌କିପର), ହିଥର ନାଇଟ୍ (କ୍ୟାପଟେନ୍‌), ନାଟ୍ ସ୍କିଭର ବ୍ରିଣ୍ଟ୍‌, ଲୌରେନ୍ ବେଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking