28.1 C
Bhubaneswar
Friday, December 27, 2024
Homeଖେଳଇମର୍ଜିଂ ଏସିଆ କପ୍‌; ଫାଇନାଲ୍‌ରେ ପାକିସ୍ତାନ-ଏ’କୁ ଭେଟିବ ଇଣ୍ଡିଆ-ଏ’

ଇମର୍ଜିଂ ଏସିଆ କପ୍‌; ଫାଇନାଲ୍‌ରେ ପାକିସ୍ତାନ-ଏ’କୁ ଭେଟିବ ଇଣ୍ଡିଆ-ଏ’

କଲମ୍ବୋ : ଏଠାରେ ଚାଲିଥିବା ଇମର୍ଜିଂ ଏସିଆ କପ୍‌ରେ ଇଣ୍ଡିଆ-ଏ’ ଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ବାଂଲାଦେଶକୁ ୫୧ ରନ୍‌ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଫାଇନାଲ୍‌ରେ ଦଳ ଆସନ୍ତା ରବିବାର ପାକିସ୍ତାନ-ଏ’କୁ ଭେଟିବ । କାରଣ ପାକିସ୍ତାନ-ଏ’ ପ୍ରଥମ ସେମିରେ ଆୟୋଜକ ଶ୍ରୀଲଙ୍କା-ଏ’କୁ ୬୦ ରନ୍‌ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା । ପ୍ରଥମେ ବ୍ୟାଟିଂ ପାଇ ଇଣ୍ଡିଆ-ଏ’ ୪୯.୧ ଓଭର୍‌ରେ ୨୧୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଅଧିନାୟକ ୟଶ୍ ଧୂଲ୍ ୬ଟି ଚୌକା ସହ ସର୍ବାଧିକ ୬୬ ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୪ ଏବଂ ଅନ୍ୟତମ ଓପନର ସାଇ ସୁଦର୍ଶନ ଓ ମାନବ ସୁତାର ୨୧ ରନ୍ ଲେଖାଏଁ କରିଥିଲେ ।

ଏହାଛନା ନିକିନ୍ ଜୋସ୍ ୧୭ ଓ ରାଜ୍ୟବର୍ଦ୍ଧନ ହଙ୍ଗର୍ଗେକର୍ ୧୫ ରନ୍‌ର ଯୋଗଦାନ ଦେଇଥିଲେ । ବାଂଲାଦେଶ-ଏ’ ପକ୍ଷରୁ ମେହଦୀ ହସନ୍‌, ତାନ୍‌ଜିଦ୍ ହସନ୍ ସାକିବ୍ ଓ ରକିବୁଲ୍ ହସନ୍ ୨ଟି ଲେଖାଏଁ ଏବଂ ରିପନ୍ ମଣ୍ଡଳ, ଅଧିନାୟକ ସୈଫ୍ ହସନ୍ ଓ ସୌମ୍ୟ ସରକାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୩୪.୨ ଓଭର୍‌ରେ ମାତ୍ର ୧୬୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ତାନ୍‌ଜିଦ୍ ୮ଟି ଚୌକା ସହ ସର୍ବାଧିକ ୫୧, ତାଙ୍କ ଯୋଡ଼ିଦାର ମହମ୍ମଦ ନଇମ୍ ୬ଟି ଚୌକା ମାଧ୍ୟମରେ ୩୮, ଅଧିନାୟକ ସୈଫ୍ ୪ଟି ଚୌକା ଜରିଆରେ ୨୨ ଏବଂ ମହମ୍ମଦୁଲ୍ ହସନ୍ ଜୟ ୨୦ ରନ୍ କରିଥିଲେ । ଇଣ୍ଡିଆ-ଏ’ର ନିଶାନ୍ତ ସିନ୍ଧୁଙ୍କୁ ୫ ୱିକେଟ୍‌ର ସଫଳତା ମିଳିଥିବା ବେଳେ ମାନବଙ୍କୁ ୩ଟି ଏବଂ ଯୁବରାଜସିଂହ ଡୋଡିୟା ଓ ଅଭିଷେକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଧୂଲଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking