28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସାକାର ହେଲା ଏଲନ ମସ୍କଙ୍କ ପରିଶ୍ରମ

ସାକାର ହେଲା ଏଲନ ମସ୍କଙ୍କ ପରିଶ୍ରମ

ନୂଆଦିଲ୍ଲୀ : ଏଲନ ମସ୍କ ଆଉ ଏକ ବଡ଼ ସଫଳତା ଉପଲବ୍ଧି କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍ ଜଣେ ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇଥିଲା । ଏନେଇ ଏକ୍ସରେ ସୂଚନା ଦେଇଥିଲେ ଏଲନ ମସ୍କ । ଏବେ ଜଣାପଡିଛି କି ମସ୍ତିଷ୍କରେ ଚିପ୍ ଲାଗିଥିବା ବ୍ୟକ୍ତି ଜଣକ ବିନା ସ୍ପର୍ଶ କରି କମ୍ପ୍ୟୁଟରର ମାଉସ ଚଲାଇପାରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ହୋଇଥିବା ମହାକାଶ କାର୍ଯ୍ୟକ୍ରମ ସମୟରେ ଏଲନ ମସ୍କ ଏହି ସୂଚନା ସେୟାର କରିଛନ୍ତି । ସେ ଜଣାଇଛନ୍ତି କି କାର୍ଯ୍ୟକ୍ରମ ଭଲ ଥିଲା ଏବଂ ରୋଗୀ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଯାଇଛନ୍ତି । ଏଥିରେ ତାଙ୍କର କୌଣସି କ୍ଷତି ହୋଇନି । ରୋଗୀ କେବଳ ମନରେ ଚିନ୍ତା କରି ମାଉସକୁ କଣ୍ଟ୍ରୋଲ କରି ଦେଖାଇଛନ୍ତି ଏହା ପରେ ପରଦାରେ ମାଉସର ପଏଣ୍ଟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରୁଥିବା ଦେଖିବାକୁ ମିଳିଛି ।

ନ୍ୟୁରାଲିଙ୍କ୍ ଏଲନ ମସ୍କଙ୍କ କମ୍ପାନୀ ଏବଂ ସେ ଖୁଲାସା କରିଛନ୍ତି କି ତାଙ୍କ କମ୍ପାନୀ ସାମ୍ନାରେ ଏକ ବଡ ଲକ୍ଷ୍ୟ, ଯାହାକୁ ସେ ନିଶ୍ଚୟ ହାସଲ କରିବେ । କମ୍ପାନୀ ମାନବ ମସ୍ତିଷ୍କରେ ଚିପ୍ ଲଗାଇ ଅନେକ ଜଟିଳ କାମକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ଫଳରେ ଅନେକ କାମ ସହଜ ହୋଇଯିବା ସହ ସମୟ ମଧ୍ୟ ବଞ୍ଚିବ । ଜଣେ କେବଳ ଚିନ୍ତା କରି ଅନେକ କାମ ସହଜରେ କରିପାରିବ । ଏଲନ ମସ୍କଙ୍କ କହିବାନୁସାରେ, ନ୍ୟୁରାଲିଙ୍କ୍ ଏବେ ରୋଗୀଠୁ ଅଧିକରୁ ଅଧିକ ମାଉସ୍ ବଟନ୍ କ୍ଲିକ୍ କରିବା ଉପରେ ଚେଷ୍ଟା କରିବ । ଅନୁମତି ମିଳିବା ପରେ ଅଧିକରୁ ଅଧିକ ଅଂଶଗ୍ରହଣକାରୀ ନିଯୁକ୍ତ କରି ସେପ୍ଟେମ୍ବରରେ ମାନବ ପରୀକ୍ଷଣ କରିବ । କମ୍ପାନୀ ଗତ ମାସ ପ୍ରଥମ ମଣିଷ ରୋଗୀ ମୁଣ୍ଡରେ ଚିପ୍ ଲଗାଇବାରେ ସଫଳ ହୋଇଥିଲା ।

ନ୍ୟୁରାଲିଙ୍କ୍‌ର କହିବାନୁସାରେ, ଏହି ପ୍ରୋଜେକ୍ଟ ପାଇଁ ଏକ ରୋର୍ବଟକୁ ବ୍ୟବହାର କରାଯାଇଛି । ଯାହାର ମସ୍ତିଷ୍କର ଗୋଟିଏ ଅଂଶ ମଧ୍ୟରେ ଏକ ବ୍ରେନ୍‌-କମ୍ପ୍ୟୁଟର ଇଣ୍ଟରଫେସ୍ ଡିଭାଇସ୍ ଲଗାଯାଇଛି । ଏହି ଚିପ୍ ଡିଭାଇସ୍‌କୁ ଲଗାଇବା ଦ୍ୱାରା ମେଦବହୁଳତା, ଅଟିସିମ୍‌, ଅବସାଦ ଓ ସ୍କ୍ରିଜୋଫ୍ରେନିଆ ଭଳି ରୋଗକୁ ଭଲ ହେିୟବ । ନ୍ୟୁରାଲିଙ୍କୁ ଗତ ବର୍ଷ ଏହି ପ୍ରୋଜେକ୍ଟ ପାଇଁ ୫ ବିଲିୟନ୍ ଆକଳନ କରିଥିଲା ଯାହାର ସୁରକ୍ଷା ପ୍ରକ୍ରିୟାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking