30.1 C
Bhubaneswar
Saturday, May 4, 2024
Homeଓଡିଶାଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ ୧୧ଜଣ

ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ ୧୧ଜଣ

ବିଷମକଟକ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକଙ୍କ ହାବୁଡ଼ରେ ପଡିଯାଇଛନ୍ତି ୧୧ଜଣ ବ୍ୟକ୍ତି । ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଜିବା ସମୟରେ ୧୧ ଜଣ ଲୋକ ଗ୍ରାମ ବାସୀଙ୍କ ହାବୁଡରେ ପଡିଯାଇଛନ୍ତି । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକମ ପଞ୍ଚାୟତ ଡେଡ଼ିପଡ଼ା ଗ୍ରାମର କାଣିମାଣି ଠାକୁରାଣୀ ଝାଙ୍କିରି ମାଁ ପୀଠରେ ଗତକାଲି ରାତ୍ର ସମୟରେ ୧୧ଜଣ ମିଳିମିଶି ପୂଜା ପାଠ କରିବା ସମୟରେ ଗ୍ରାମବାସୀ ଏମାନଙ୍କୁ କାବୁକରି ଅଟକ ରଖିଛିନ୍ତି । ଜଣେ ଗୁଣିଆ ତନ୍ତ୍ରମନ୍ତ୍ରରେ ପୂଜାପାଠ କରି କାଣିମାଣି ଠାକୁରାଣୀ ଝାଙ୍କିରି ମାଁ ପୀଠରେ ଥିବା ବଡ ଶିମିଳି ଗଛତଳେ ଥିବା ଗୁପ୍ତଧନ ବାହାର କରୁଥିବା ବେଳେ ଗ୍ରାମବାସୀ ଏମାନଙ୍କୁ କାବୁ କରି ଅଟକ ରଖିବା ସହ ସେମାନେ ଆସିଥିବା କାର ଓ ୩ଟି ବାଇକ୍ ମଧ୍ୟ ଅଟକ ରଖିଛନ୍ତି ।

ଅଟକ ହୋଇଥିବା ମଧ୍ୟରେ ଜଣେ ତାନ୍ତ୍ରିକ ସହ ୧୦ ଜଣ ମିଳିମିଶି କୋଡ଼ି କାଙ୍କରେ ଖୋଲାଖୋଲି ଉଦ୍ୟମ କରିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡି ଯାଇଛନ୍ତି। ଦିର୍ଘ ୨୦ ଘଣ୍ଟା ହେବ ଏମାନଙ୍କୁ ଗ୍ରାମରେ ଥିବା ଗୋଷ୍ଟି କେନ୍ଦ୍ରରେ ଅଟକ ରଖି କଙ୍ଗାରୁକୋର୍ଟ ଚଲାଇଛନ୍ତି । ଗ୍ରାମରେ ଏକ ବୈଠକରେ ନିଷ୍ପତି ହେବା ପରେ ଏମାନଙ୍କୁ ଛଡ଼ାଯିବା ବୋଲି ଗ୍ରାମବାସୀ କହିଛନ୍ତି ।

ଏହି ୧୧ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଭବାନୀପାଟଣାର ୩ ଜଣ,ବିଶ୍ଵନାଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ ଥିବାବେଳେ ବିଷମକଟକ ଥାନା ଅଞ୍ଚଳର ୪ ଜଣ ରହିଛନ୍ତି । ଏମାନଙ୍କୁ ଗତକାଲି ରାତି ୮ ଟାରୁ ଗ୍ରାମବାସୀଏକ କୋଠରୀରେ ରଖି ନିର୍ଧୁମ ମାଡ଼ ମାରିବା ସହ ୨ ଲକ୍ଷ ଟଙ୍କା ଦାବୀ କରୁଥିବା କାହିଁଛନ୍ତି ଅଟକ ଥିବା ବ୍ୟକ୍ତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ବିଷମ କଟକ ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking