18.1 C
Bhubaneswar
Thursday, January 9, 2025
Homeଓଡିଶାଖୋର୍ଦ୍ଧାରେ ଦନ୍ତା : ଲୋକେ ଆତଙ୍କିତ, ଗାଁ ରୁ ସହର ମୁଁହା ହାତୀ

ଖୋର୍ଦ୍ଧାରେ ଦନ୍ତା : ଲୋକେ ଆତଙ୍କିତ, ଗାଁ ରୁ ସହର ମୁଁହା ହାତୀ

ଖୋର୍ଦ୍ଧା : ବିଗତ କିଛି ମାସ ହେବ ବଣୁଆ ହାତୀ ଘଂଚ ଜଙ୍ଗଲ ଛାଡ଼ି ସହରରେ ଉପଦ୍ରବ ଜାରି ରଖିଛନ୍ତି ।ସହରୀ ମୁହାଁ ହାତୀକୁ ଘଉଡ଼ାଇବାକୁ ବନବିଭାଗ ବୁଦ୍ଧିବଣା ହେଉଥିବା ବେଳେ ହାତୀ ଉପଦ୍ରବରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇଥିବା ଜଣାପଡ଼ିଛି । ତେବେ ଗତକାଲି ରାତିରେ ଏକ ଦନ୍ତା ହାତୀ ସ୍ଥାନୀୟ ପଲା ଅଂଚଳରେ ବିଭିନ୍ନ ସ୍ଥାନରେ ଉତ୍ପାତ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଓ ଭିଭିପ୍ୟାଟ ଷ୍ଟ୍ରଙ୍ଗରୁମ ର ପାଚେରୀକୁ ଭାଙ୍ଗିଛି । ଏଥିସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଦେଇ ଜାନକୀ ବଲ୍ଲଭ ପାର୍କ ପାଚେରୀ ଭାଙ୍ଗି ବରୁଣେଇ ଅଭିମୁଖେ ଯାଇଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକ ଏକ ପ୍ରକାର ଆତଙ୍କିତ ଥିବା ଜଣାପଡ଼ିଛି ।କେଉଁ ମୁହୂତ୍ୱରେ ଦନ୍ତା ହାତୀ ଆକ୍ରମଣ କାହାକୁ କରିପାରେ ବୋଲି ବହୁ ଲୋକ ଭୟରେ ରହିଥିବା ଜଣାଯାଇଛି ।

ପ୍ରକାଶ ଥାଉକି ଆଜକୁ ଦୀର୍ଘ କିଛି ବର୍ଷ ହେବ ଖୋର୍ଦ୍ଧା ର ବିଭିନ୍ନ ଅଂଚଳରେ ହାତୀ ଉପଦ୍ରବ ଜାରୀ ରହିଛି । ଚାଷୀର ଚାଷ ହାତୀ ପାଦତଳେ ଉଜୁଡୁଥିବାବେଳେ ଆଉକେତେକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଛନ୍ତି । ସେହିପରି କେତେକ ସ୍ଥାନରେ ହାତୀ ର ମଧ୍ୟ ମୃତ୍ୟୁ ଘଟିଛି । କିଛିଦିନ ତଳେ ଦଳବଦ୍ଧ ଭାବେ ହାତୀପଲ ଶହ ଶହ ଏକର ଧାନ ଜମି ଦଳିକୁଦି ନଷ୍ଟ କରିବା ସହ ମଣିଷକୁ ମଧ୍ୟ ଆକ୍ରମଣ କରିଥିଲେ । ଏହା ଏବେ ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଜଙ୍ଗଲ ଅବକ୍ଷୟ ଯୋଗୁ ହାତୀମାନେ ଖାଦ୍ୟ ନପାଇ ଅମଳ ସମୟରେ ଧାନ କ୍ଷେତକୁ ଆସି ଧାନ ଖାଇବା ସହ ଦଳାକୁଦା କରି ହଜାର ହଜାର ଏକର ଧାନ ଫସଲ ନଷ୍ଟ କରୁଛନ୍ତି । ଏପରିକି ପରେ ବାରି ଘରେ ଥିବା ଫସଲ ସବୁକୁ ନଷ୍ଟ କରୁଛନ୍ତି । ତେବେ ହାତୀ କେବଳ ଗ୍ରାମାଂଚଳରେ ସିମତି ନାହିଁ । ନବିଭାଗର ଖାମେଖିଆଲ ମନୋଭାବ ଯୋଗୁ ଏବେ ସହରକୁ ମଧ୍ୟ ବହୂବାର ପଶିଲାଣି । ଖୋର୍ଦ୍ଧା ମେଡିକାଲ ପଛପଟେ ବାରମ୍ବାର ହାତୀ ଦେଖାଯାଉଥିବାବେଳେ ଗୁରୁଜଙ୍ଗ ଦେଇ କୁମାରବସ୍ତ, ମୁକୁନ୍ଦପ୍ରସାଦ ମୁଖ୍ୟ ରାସ୍ତା ଆଦିରେ ବିଗତ ଦିନରେ ହାତୀ ଉତ୍ପାତ କରିଥିଲା । ଗତକାଲି ରାତିରେ ପଲ୍ଲା, ଲୋକେଶ୍ୱର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଓ ଭିଭିପ୍ୟାଟ ଷ୍ଟ୍ରଙ୍ଗରୁମ ର ପାଚେରୀକୁ ଭାଙ୍ଗିଛି । ଏଥିସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଦେଇ ଜାନକୀ ବଲ୍ଲଭ ପାର୍କ ପାଚେରୀ ଭାଙ୍ଗି ବରୁାଣେଇ ଅଭିମୁଖେ ଯାଇଥିବା ଜଣାଯାଇଛି । ଏଭଳି ବାରମ୍ବାର ସହରରେ ହାତୀ ପଶିବା ଦ୍ୱାରା ସ୍ଥାନୀୟ ଲୋକ ଭୟବିତ ହୋଇଛନ୍ତି ।

ପରିବେଶବିତଙ୍କ ମତରେ ଚନ୍ଦକା ହାତୀ ଅଭୟାରଣ୍ୟର ପରିବେଶ ସଂପୂର୍ଣ୍ଣ ଅସଜଡା ଅବସ୍ଥାରେ ଥିବାରୁ ହାତୀମାନେ ଖାଦ୍ୟ ଖାଇବାକୁ ନ ପାଇ ଭିନ୍ନ ଗ୍ରାମ ଏବଂ ସହରକୁ ମୁହାଁଉଛନ୍ତି । ଚାଷୀମାନେ ଦଳବଦ୍ଧ ଭାବେ ଘଉଡାଇବା ଯୋଗୁ କ୍ଷୁବ୍ଧ ହୋଇ ହାତୀ ପଲ ବହୁ ଜନଜୀବନ କ୍ଷତି କରୁଛନ୍ତି । ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ । ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବା ସହ ଏ ଅଂଚଳରେ ଚାଷୀ ମହଲ ପାଇଁ ଏହା ଏକ ଗୁରୁତର ସଙ୍କଟ ସୃଷ୍ଟି କରୁଥିବାରୁ ସରକାର ହାତୀ ଉପଦ୍ରବ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାର ସମୟ ଆସିଛି । ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ବିଭିନ୍ନ ଗ୍ରାମର ଅଧିବାସୀଙ୍କୁ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇଛି । ମାତ୍ର ବିଭାଗୀୟ ଆନ୍ତରିକତାର ଅଭାବରୁ ଏଗୁଡିକ ଏକ ରକମ ନିଷ୍କ୍ରିୟ ଅବସ୍ଥାରେ ରହିଛି । ହାତୀ ଉପଦ୍ରବ ଜନିତ କ୍ଷତିରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାକୁ ଅଭୟାରଣ୍ୟ ପରିସିମାରେ ସୌର ଶକ୍ତି ସମ୍ପର୍ଣ୍ଣ ତାରବାଡ କରିବା ଜରୁରୀ ବୋଲି ପରିବେଶବିତମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking