28.1 C
Bhubaneswar
Tuesday, January 7, 2025
Homeଓଡିଶା"ବାରିପଦା ସହରରେ ହାତୀ" ଥରିଲା ଛାତି

“ବାରିପଦା ସହରରେ ହାତୀ” ଥରିଲା ଛାତି

ବାରିପଦା : ସକାଳ ନ ପାହୁଣୁ ବାରିପଦା ସହରରେ ଛାତିଥରା ଦୃଶ୍ୟ। ଯାହାକୁନେଇ ଛୁଆ ଠୁ ବୁଢ଼ା ସମସ୍ତେ ଭୟଭୀତ ଅବସ୍ଥାରେ। ଏତେବଡ ବିପଦରୁ କେମିତି ରକ୍ଷା ପାଇବେ ତାକୁନେଇ ବଢ଼ାଇଛି ଚିନ୍ତା।ଗୋଡାଉଛି ବିପଦ। ସାମାନ୍ୟ ଅସାବଧାନତା ଦେଖାଇଲେ ପାଦତଳେ ଚାଲିଯିବ ଜୀବନ। ତେବେ ସକାଳୁ ସକାଳୁ ସହର ଭିତରକୁ ପସିଲା ହାତୀ। ସହରର ମଧ୍ୟସ୍ଥଳରେ ଥିବା MKC ହାଇସ୍କୁଲ ପାଚେରୀ ଭାଙ୍ଗି କେମ୍ପସ୍ ଭିତରକୁ ପସିଯାଇଛି ହାତୀ। ସହରରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ବନବିଭାଗ ଓ ପୋଲିସ ସହାୟତାରେ ହାତୀଟିକୁ ଘଉଡାଇବା ପାଇଁ ପ୍ରଚେଷ୍ଟା ଜାରୀ । ଘଟଣା ମୁତାବକ ଗୋଠଛଡା ହୋଇଥିବା ଏକ ହାତୀ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସହର ମଧ୍ୟକୁ ପସିଆସି ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବାର ଦେଖି ଲୋକମାନେ ବନବିଭାଗକୁ ଜଣେଇଥିଲେ। ଖବରପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ସହର ମଧ୍ୟରୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଭୋର ସମୟରେ ହାତୀଟି MKC ହାଇସ୍କୁଲର ଗେଟଭାଙ୍ଗି ସ୍କୁଲ କ୍ୟାମ୍ପସ ଭିତରକୁ ପସିଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ସ୍କୁଲ କ୍ୟାମ୍ପସ ମଧ୍ୟରୁ ହାତୀଟିକୁ ବାହାର କରିବା ପାଇଁ ବନବିଭାଗ ଓ ବାରିପଦା ପୋଲିସ ତାଙ୍କର ପ୍ରୟାସଜାରିରଖି ନୟାନ୍ତ ହୋଇପଡିଥିବା ଦେଖିବାକୁ ମିଳିଛି। ତେବେ ଉଭୟ ବନବିଭାଗ ଏବଂ ପୋଲିସର ମିଳିତ ଉଦ୍ୟମରେ ବିନା କ୍ଷୟକ୍ଷତିରେ ସହର ବାହାରକୁ ଘଉଡ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking