32.1 C
Bhubaneswar
Sunday, May 19, 2024
Homeଓଡିଶାଖଳାଶୁଣି ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ଖଳାଶୁଣି ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ନାକଟିଦେଉଳ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ବନାଞ୍ଚଳରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ପ୍ରକାଶ କରିଛି ।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ , ବାମରା ଡିଭିଜନ  କିସିଣ୍ଡା ବନ୍ୟପ୍ରାଣୀ ଅଧିନସ୍ଥ ବଲାସିଂହା ନିକଟ ଟୁରିବାହାଳ ଗ୍ରାମ ଖଲାସୁଣୀ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଥିବା ଜାଣିବାକୁ ପାଇଥିଲା । ୫ ଦିନ ହେଲା ସେ ହାତୀଟିର ଚିକିତ୍ସା ବନବିଭାଗ କରୁଥିବା ସୂଚନା ଦେଇଛି । ଚିକିତ୍ସା କରିବା ସତ୍ୱେ ହାତୀଟି ବୟସାଧିକ ଯୋଗୁଁ ମୃତ୍ୟୁର କାରଣ ବୋଲି ବନବିଭାଗ ପ୍ରକାଶ କରିଛି । ଦିନକୁ ଦିନ  ନାକଟିଦେଉଳ ବ୍ଲକ୍‌ର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତାରେ ପଡିଛି । ପୂର୍ବାପେକ୍ଷା ଏବେ ଏହି ଅଞ୍ଚଳରେ ବହୁ ହାତୀ ଦେଖିବାକୁ ମିଳୁଛି ।

ପ୍ରତିବର୍ଷ ହାତୀ ମୃତ୍ୟୁ ମୁଖରେ ପଡୁଥିବା ସୂଚନା ମିଳୁଛି । ଆଜି ଖଳାଶୁଣି ଜଙ୍ଗଲକୁ ବାମରା ଡିଏଫ୍‌ଓ ଫାଲଗୁନି ସାରଥି ମଲ୍ଲିକ , ଏସସିଏଫ୍ ଜିତେନ୍ଦ୍ର ବେହେରା, ଫରେଷ୍ଟର ଭୁବନେଶ୍ୱର ପାଣି , କିସିଣ୍ଡା ରେଞ୍ଜଅଧିକାରୀ ରବିନ୍ କିସ୍‌କୋ ପ୍ରମୁଖ ପହଞ୍ôଚଥିଲେ ।  ନାକଟିଦେଉଳ ପ୍ରାଣୀ ଡାକ୍ତର ଦେବାଶିଷ ପଣ୍ଡା ହାତୀଟିର ଶବ ବ୍ୟବଚ୍ଛେଦ କରିଥିଲେ । ଗାତ ଖୋଳି ମୃତ ହାତୀଟିକୁ ପୋତି ଦିଆଯାଇଛି ।  ଦିନକୁ ଦିନ ହାତୀ ମୃତ୍ୟୁ ହେଉଥିବାରୁ ହାତୀ ବଂଶ ଲୋପ ପାଇବାରେ ଲାଗିଛି ।

ଯାହାକି ପରିବେଶ୍‌ବିତ୍ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି । ହାତୀମାନଙ୍କର ସୁରକ୍ଷା ତଥା ସେମାନେ କିପରି ଜଙ୍ଗଲରେ ଅନାୟାସରେ ବାସ କରିବେ ଓ ଯାତାୟାତ କରିବେ ସେ ଦିଗରେ ବନବିଭାଗ ଆଖି ଦୃଷ୍ଟିଆ ପଦକ୍ଷେପ ନେଉ ନ ଥିବାଜଣା ପଡିଛି । ସୂଚନା ଥାଉକି, ଗତ ୨୩/୧/୨୦୨୨ରେ ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଅଧିନସ୍ଥ ସାହେବୀ ନିକଟ ଛେମିଣ୍ଡିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ବେଳେ ଗତ ଅକ୍ଟୋବର ମାସ ୨୭ ତାରିଖରେ କିସିଣ୍ଡା ନିକଟସ୍ଥ କୁଲାଡେରା ସଂରକ୍ଷିତ ଜଙ୍ଗଲରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking