19.1 C
Bhubaneswar
Wednesday, January 8, 2025
Homeଓଡିଶାହାତୀ ମୃତ୍ୟୁ ମାମଲା: ତଦନ୍ତର ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାତୀ ମୃତ୍ୟୁ ମାମଲା: ତଦନ୍ତର ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ହାତୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ଶୁଣାଣିକରି ମାନ୍ୟବର ହାଇକୋର୍ଟ ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ ଜଣାଇବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାତୀ ହତ୍ୟାକୁ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ଏବଂ କ’ଣ କଲେ ହାତୀମୃତ୍ୟୁ ରୋକାଯାଇ ପାରିବ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଓ ବିଚାରପତି ଏସ୍‌.କେ.ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ପୂର୍ବ ଆଦେଶ ଅନୁଯାୟୀ ଆଜି ଶୁଣାଣି ବେଳେ ମୁଖ୍ୟ ବନ୍ୟ ସଂରକ୍ଷକ (ପିସିସିଏଫ) ଶଶୀ ପାଲ ଭର୍ଚୁଆଲ ଜରିଆରେ ଉପସ୍ଥିତ ରହି ଉକ୍ତ ମାମଲାରେ ସ୍ଥିତି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ।

ତେବେ ହାତୀ ମୃତ୍ୟୁକୁ ନେଇ ତଦନ୍ତ ଏବଂ ବିଚାର ପ୍ରକ୍ରିୟାରେ ବିଳମ୍ବ ଘଟିବା ନେଇ ହାଇକୋର୍ଟ ଆଜି ବିରକ୍ତି ପ୍ରକାଶ କରିଥିଲେ । ଶ୍ରୀ ପଲ୍ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ସ୍ୱତନ୍ତ୍ର ଟାକ୍ସଫୋର୍ସ (ଏସ୍‌ଟିଏଫ୍‌) କ୍ରାଇମ୍‌ବ୍ରାଞ୍ଚ ହାତରେ ରହିଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିଲା ବେଳେ ତା’ର କର୍ମଚାରୀ ଅଭାବ ଯୋଗୁ ହାତୀମୃତ୍ୟୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଛି । ଏଣୁ ହାଇକୋର୍ଟ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ବନକର୍ମଚାରୀଙ୍କ ବିରୋଧରେ କି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ପିସିସିଏଫ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ସେଦିନ କୋର୍ଟଙ୍କୁ ସହାୟତା କରିବା ଲାଗି ଆଡ୍‌ଭୋକେଟ୍ ଜେନେରାଲ୍ ଉପସ୍ଥିତ ରହିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ସତ୍ୟପାଠ ଦାଖଲ କରାଯାଇଥିଲା । ୫ ବର୍ଷରେ ହାତୀ ମୃତ୍ୟୁ ନେଇ ୧୪ ମାମଲା ଦାୟର ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଗୋଟିଏ ମାମଲା ବିଚାରଧିନ ଥିବାବେଳେ ୬ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଆବେଦନକାରିଣି ଗୀତା ରାଉତଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking