30.1 C
Bhubaneswar
Monday, May 20, 2024
Homeଓଡିଶାଅନୁଗୁଳପୁଣି ଏକ ଦନ୍ତାର ମୃତ୍ୟୁ

ପୁଣି ଏକ ଦନ୍ତାର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଳ୍ଲା ହିନ୍ଦୋଳ ଉପଖଣ୍ଡ ଗୁରିଲୋ ଗ୍ରାମ୍ୟ ଜଙ୍ଗଲରେ ଦୁଇ ଦିନ ଧରି ଅସୁସ୍ଥ ଥିବା ଦନ୍ତା ହାତୀର ଆଜି ସକାଳେ ମୃତ୍ୟୁ ଘଟିଛି। ଦୁଇଦିନ ଧରି ବନ ବିଭାଗର କର୍ମଚାରୀ ଓ ଡାକ୍ତରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା କରିବା ସହ ସେବା ଯତ୍ନ ନେବା ପରେ ଗତକାଲି ସନ୍ଧ୍ୟା ବେଳେ ହାତୀ ସାମାନ୍ୟ ସୁସ୍ଥ ଅନୁଭବ କରି ନିକଟରେ ଥିବା ଜଙ୍ଗଲକୁ ଚାଲିଯାଇଥିଲା। ଫଳରେ ବନବିଭାଗ କର୍ମଚାରୀ ଓ ଡାକ୍ତରୀ ଦଳ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଆଜି ଭୋରୁ ଦନ୍ତା ହାତୀଟି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଶରୀର ବ୍ୟବଛେଦ ପରେ ମୃତ ଦନ୍ତା ହାତୀକୁ ପୋତି ଦିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking