27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବକେୟା ବିଲ୍ ମାଗିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ କୁକୁର ଲଗାଇ ଆକ୍ରମଣ

ବକେୟା ବିଲ୍ ମାଗିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ କୁକୁର ଲଗାଇ ଆକ୍ରମଣ

ଲକ୍ଷ୍ନୌ: ବିଦ୍ୟୁତ୍ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ବକେୟା ଶୁକ୍ଳ ମାଗିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ ମାରିବା ସହ ସେମାନଙ୍କ ପଛରେ ଲଗାଇ ଦେଲେ କୁକୁର । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଲହୁଲୁହାଣ କଲେ କୁକୁର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ । ତେବେ ଆହତ କର୍ମଚାରୀମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ଦାୟର କରାଯାଇଛି । କୁକୁର ଲଗାଇବା ସହ ମାରପିଟ କରିଥିବା ନେଇ ୪ ଜଣଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ବିଦ୍ୟୁତ ବିଭାଗ ଟିମ ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ କରିବା ସହ ଓ ବିଜୁଳି ଚୋରି ହେଉଥିବା ନେଇ ତଦନ୍ତ କରିବାକୁ ଯାଇଥିଲେ ।

ବିଦ୍ୟୁତ ଚୋରି ରୋକିବାକୁ ଯାଇ ଆକ୍ରୋଶର ଶିକାର ହେଲେ ବିଦ୍ୟୁତ କର୍ମଚାରୀ । ଗୁରୁବାର ଦିନ ଉତ୍ତରପ୍ରଦେଶର ବୁଲନ୍ଦ ସହରର ଅନ୍ତର୍ଗତ କୋତବାଲି ଥାନା ଅଞ୍ଚଳର ଅମ୍ବା କଲୋନୀରେ ଏହି ଘଟଣା ଘଟିଛି । ସ୍ଥାନୀୟ ଜେଇ ଓ ଏସଡିଓଙ୍କ ସମେତ ୪ ଜଣ ବିଦ୍ୟୁତ କର୍ମଚାରୀ ଯାଞ୍ଚ କରିବା ପାଇଁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ଏସ୍‌ଡିଓ ରେଣୁ ଶର୍ମାଙ୍କ ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତା ଉପରେ ପାଖାପାଖି ୩.୫୭ଲକ୍ଷ ଟଙ୍କାର ବିଦ୍ୟୁତ ଶୁକ୍ଳ ବକେୟା ରହିଥିଲା । ଏହି ଟଙ୍କା ପରିଶୋଧ କରିବା ନେଇ ତାଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଏହାକୁ ସେମାନେ ଟାଳି ଚାଲିଥିଲେ । ଏହାପରେ ସେହି ପରିବାର ବିଦ୍ୟୁତ ଚୋରି କରୁଥିବା ନେଇ ମଧ୍ୟ ସୂଚନା ମିଳିଥିଲା । ତେବେ ବକେୟା ଶୁକ୍ଳ ଓ ବିଦ୍ୟୁତ ଚୋରିର ଯାଞ୍ଚ କରିବା ଅମ୍ବା କଲୋନିର ରାଜେନ୍ଦ୍ର ଚୌଧୁରୀଙ୍କ ପତ୍ନୀ କବିତା ଚୌଧୁରୀଙ୍କ ଘରକୁ ଯାଇଥିଲୁ । ସେଠାରେ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ମାଗିବାରୁ ଏନେଇ ବିଦ୍ୟୁତ ଟିମଙ୍କୁ ଗାଳିଗୁଳଜ କରିବା ସହ ମାରପିଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking