ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବଢ଼ିବ ।ଦରବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି । ୟୁନିଟ ପିଛା ବିଜୁଳି ଦର ୨୦ ପଇସା ବଢ଼ାଇବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୃଷକ ଓ ବିପିଏଲ ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଦରଧାର୍ଯ୍ୟ ଶୁଣାଣି ବେଳେ ନିଅଣ୍ଟ ଭରଣା ଦାବି କରିଥିଲା ଗ୍ରୀଡ଼କୋ । ୬୬୦ କୋଟିର ନିଅଣ୍ଟ ଭିତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରି ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ମାସରେ ହେବାକୁ ଥିବା ଦର ନିର୍ଦ୍ଧାରଣ କୋଭିଡ଼ ପାଇଁ ସ୍ଥଗିତ ଥିଲା ।
୫୦ ୟୁନିଟ ପର୍ଯ୍ୟନ୍ତ ଦର ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଛି । ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା ଓ ୨୦୦ ୟୁନିଟ ପର୍ଯ୍ୟନ୍ତ ୪.୦୫ ହୋଇଛି । ଅନ୍ୟପଟେ ୩୦୦ ୟୁନିଟ ପର୍ଯ୍ୟନ୍ତ ୪.୫୩ ହୋଇଛି । ୪୦୦ ପର୍ଯ୍ୟନ୍ତ ୪.୭୮ ଓ ୫୦୦ ପର୍ଯ୍ୟନ୍ତ ୫ ଟଙ୍କାକୁ ବୃଦ୍ଧି ପାଇଛି ।