ଦୀପିକା ପାଦୁକୋନଙ୍କୁ ସମନ

ମୁମ୍ବାଇ: ବଲିଉଡ଼ ସହ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ ଯାଞ୍ଚ ଏବେ ଏକ ଚମତ୍କାର ମୋଡ଼ ନେଇଛି। ଆଜି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରିଛି ଏନସିବି । ତାଙ୍କ ସହ ସାରା ଅଲ୍ଲୀଖାନ , ଶ୍ରଦ୍ଧା କପୁର, ରକୁଲ ପ୍ରୀତି ସିଂ ଓ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ କରାଯାଇଛି ।
ଆସନ୍ତା ୩ ଦିନ ଭିତରେ ସେମାନଙ୍କୁ ଡ୍ରଗ୍ସ ଲିଙ୍କ କୁ ନେଇ ପଚରାଉଚରା କରିବ ଏନସିବି ।ସେପ୍ଟେମ୍ବର ୨୪ ତାରିଖରେ ହାଜର ହେବେ ରକୁଲପ୍ରିତ ଓ ସିମୋନ । ପୂର୍ବରୁ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ଏଥିସହ ଡ୍ରଗ୍ସ ଲିଙ୍କ ମାମଲାରେ ଆଉ ୨୦ଜଣଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ଡ୍ରଗ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ସଂଯୋଗକୁ ନେଇ ଚାଲିଥିବା ଏହି ବ୍ୟାପକ ତଦନ୍ତରେ ଆସିଥିବା ଏହି ଉଚ୍ଚ-ପ୍ରୋଫାଇଲ୍ ନାମଗୁଡ଼ିକ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟାଙ୍କୁ ଜେରା ହେବା ପରେ ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here