33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଇଲୋକ୍ଟୋରାଲ୍ ବଣ୍ଡ୍ ପ୍ରସଙ୍ଗ: ଏସ୍‌ଓପି ତଥ୍ୟ ଦେବାକୁ ଅମଙ୍ଗ ହେଉଛି ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ’ଣ...

ଇଲୋକ୍ଟୋରାଲ୍ ବଣ୍ଡ୍ ପ୍ରସଙ୍ଗ: ଏସ୍‌ଓପି ତଥ୍ୟ ଦେବାକୁ ଅମଙ୍ଗ ହେଉଛି ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ’ଣ ଲୁଚାଇବାକୁ ଚେଷ୍ଟା କରୁଛି ଏସ୍‌ବିଆଇ?

ନୂଆଦିଲ୍ଲୀ : ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିସାରିଥିବା ଏବଂ ନିଜ ପାଖରେ ଆଉ କିଛି ତଥ୍ୟ ନଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିସାରିଛି ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) । ତେବେ ଏଥିପାଇଁ ଏସ୍‌ବିଆଇକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରମ୍ବାର ଯେଉଁପରି ଭର୍ତ୍ସନା ତଥା କଡା ସମାଲୋଚନା ଶୁଣିବାକୁ ପଡ଼ିଥିଲା ସେସମ୍ପର୍କରେ ଦେଶବାସୀ ବେଶ୍ ଭଲଭାବେ ଅବଗତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଏସ୍‌ବିଆଇ ପକ୍ଷରୁ ଇଲେକ୍ଟୋରାଲ୍ ବଣ୍ଡ ସମ୍ପର୍କୀତ ସବିଶେଷ ତଥ୍ୟ ଦାଖଲ କରାଯାଇସାରିଥିବା ନେଇ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଉଛି । କିନ୍ତୁ ଏସବୁ ସତ୍ତ୍ୱେ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କରେ ଏବେ ବି ଏମିତି କିଛି ତଥ୍ୟ ରହିଛି, ଯାହାକୁ ଏସ୍‌ବିଆଇ ଜଣାଇବାକୁ ଚାହୁଁନାହିଁ ନଚେତ୍ କାହାକୁ ନଜଣାଇବା ପାଇଁ ଏସ୍‌ବିଆଇ ଉପରେ ବାହ୍ୟ ଚାପ ପ୍ରୟୋଗ କରାଯାଉଛି ବୋଲି ପ୍ରତୀତ ହେଉଛି ।
ରିପୋର୍ଟ ଅନୁସାରେ ସମାଜସେବୀ ଅଞ୍ଜଳୀ ଭରଦ୍ୱାଜ ନାମ୍ନୀ ଜଣେ ମହିଳା ସୂଚନା ଅଧିକାର ଆଇନ୍ (ଆରଟିଆଇ) ଆକ୍ଟ ଅନ୍ତର୍ଗତ ଏସ୍‌ବିଆଇ ତରଫରୁ ଇଲେକ୍ଟୋରାଲ୍ ବଣ୍ଡ୍ ପ୍ରକ୍ରିୟା ଅନ୍ତର୍ଗତ ରହିଥିବା ଏସ୍‌ଓପି (କାର୍ଯ୍ୟକାରିତାଜନିତ ସାମାନ୍ୟ ମାନଦଣ୍ଡ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର୍‌) ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଅର୍ଥାତ୍ ଇଲେକ୍ଟୋରାଲ୍ ବଣ୍ଡ୍ ବିକ୍ରି ପ୍ରକ୍ରିୟା ଠାରୁ ଆରମ୍ଭ କରି ଏହାକୁ ଅର୍ଥରାଶିରେ ରୂପାନ୍ତରିକରଣ ପର୍ଯ୍ୟନ୍ତ ସବୁକିଛି କେଉଁ ମାନଦଣ୍ଡ ଆଧାରରେ କରାଯାଇଥାଏ ସେସମ୍ପର୍କରେ ଅଞ୍ଜଳୀ ଜାଣିବାକୁ ଚାହିଁଥିଲେ । ଏଥିପାଇଁ ସେ ଆରଟିଆଇ ଆଇନ୍ ଅନ୍ତର୍ଗତ ଆବେଦନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏସ୍‌ବିଆଇ ପକ୍ଷରୁ ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥା ଅନ୍ତର୍ଗତ ରହିଥିବା ଏସ୍‌ଓପି ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇପାରିବନି କହି ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଏସ୍‌ବିଆଇ ପକ୍ଷରୁ ଧାରା ୮(୧) (ଡି) ଆଧାରିତ ବାଣିଜ୍ୟିକ ଆତ୍ମବିଶ୍ୱାସ ଅଧିକାର ଆଇନ୍ ଅନ୍ତର୍ଗତ ମିଳିଥିବା ସ୍ୱତନ୍ତ୍ର ଅଧିକାରର ଦ୍ୱାହି ଦେଇ ଏସ୍‌ବିଆଇ ଏହା ଉପରେ କୌଣସି ଜବାବ ଦେବାକୁ ବାଧ୍ୟନୁହେଁ ବୋଲି ଦର୍ଶାଇଛି ।
ପ୍ରକାଶ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ, ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥାକୁ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ସୂଚନା ଅଧିକାର ଆଇନ୍‌ର ଉଲ୍ଲଂଘନ କରୁଥିବା ଦର୍ଶାଇବା ପୂର୍ବକ ଏହି ବ୍ୟବସ୍ଥାକୁ ଗତ ଫେବ୍ରୁଆରୀ ମାସ ୧୫ ତାରିଖରେ ରଦ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଆସିବା ପରେ ଏହାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଏସ୍‌ବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସବିଶେଷ ତଥ୍ୟକୁ ନିର୍ବାଚନ ଆୟୋଗ ନିଜ ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ କରାଇସାରିଛନ୍ତି । ତେବେ ଆରଟିଆଇ ଆଇନ୍ ବଦଳରେ ଦାଖଲ କରାଯାଇଥିବା ଆବେଦନକୁ ଏପ୍ରକାର ଖାରଜ କରି ଫେରାଇଦେବା ଏବଂ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ଏସ୍‌ଓପି ସମ୍ପର୍କରେ ସୂଚନା ନଦେବା ପଛରେ ଏସ୍‌ବିଆଇ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ କରିନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏସ୍‌ବିଆଇ ବାସ୍ତବରେ କ’ଣ ଲୁଚାଇବାକୁ ଚେଷ୍ଟା କରୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ, ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିସର୍ଚ୍ଚ ଅଧ୍ୟକ୍ଷ ମଧ୍ୟ ଏସ୍‌ବିଆଇ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ସେ ଅନୁଭବ କରୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking