ପୁରୀ : ନିର୍ବାଚନ ପ୍ରଚାର ବେଳେ ଡେଲାଙ୍ଗ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି । ବିଜେଡି କର୍ମୀଙ୍କ ମାଡରେ ୨ ବିଜେପି କର୍ମୀ ଆହତ ହୋଇଛନ୍ତି । ଆହତ ବିଜେପି କର୍ମୀ ମାନେ ଡେଲାଙ୍ଗ ଥାନାରେ ଭର୍ତ୍ତି ହୋଇଛନ୍ତି । ଏହି ହିଂସା ପ୍ରତିବାଦରେ ବିଜେପି କର୍ମୀ ମାନେ ଡେଲାଙ୍ଗ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି ।
ଘଟଣାରୁ ପ୍ରକାଶଯେ, ଜେନାପୁର ପଞ୍ଚାୟତ ବ୍ରାହ୍ମଣଗଡ ଗାଁରେ ନିର୍ବାଚନ ପ୍ରଚାର ସମୟରେ ଏହି ହିଂସାକାଣ୍ଡ ଘଟିଥିଲା । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ।
ଗତକାଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ଏହି ଅଂଚଳ ଛାଡି ଯିବା ପାଇଁ ଧମକ ଦେଇଥିଲେ । । ଏନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଥିଲା ।