23.1 C
Bhubaneswar
Wednesday, January 15, 2025
Homeଓଡିଶାବାସି ଖାଦ୍ୟ ନେଲା ଜୀବନ

ବାସି ଖାଦ୍ୟ ନେଲା ଜୀବନ

ସୋର : ବାସି ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୫ ଜଣ ଗୁରୁତର ହୋଇଛନ୍ତି । ସିମୁଳିଆ ଥାନା ଦଧିବାମନପୁରରେ ବାସି ଖାଦ୍ୟ ଖାଇ ଅଘଟଣ । ରବିବାର ଘରର ନିର୍ମାଣ କାମ ଲାଗି ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ବଳକା ଖାଦ୍ୟକୁ ଖାଇ ପରିବାର ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୬ ଜଣ ଆକ୍ରାନ୍ତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୬ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରୁ ଜଣେ ନାବାଳକର ଅବସ୍ଥା ସଙ୍କାଟାପନ୍ନ ରହିଛି । ରବିବାର ଗାଁର ଯୁଧିଷ୍ଠିର ଦାସଙ୍କ ଘରେ ବୋରିଂ ଖୋଳା ଯାଇଥିଲା l ଶ୍ରମିକଙ୍କ ସହ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ସେହି ଖାଦ୍ୟ ଦିନରେ ଏବଂ ପରେ ରାତିରେ ଖାଇ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଗାଁରେ ମେଡିକାଲ ଟିମ୍ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking