28.1 C
Bhubaneswar
Wednesday, May 28, 2025
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ସୁଜେଲି ଗ୍ରାମର ପାତ୍ର ନାୟକ (୬୦) ନିଖୋଜ ଥିବା ବେଳେ ଆଜି ତାଙ୍କର ଗଳିତ ମୃତଦେହ କୁରୁମିଙ୍ଗିଆ ମୌଜାର ଦାର୍ଣ୍ଣିକଲା ଜଙ୍ଗଲରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପାରିପାର୍ଶିକ ସ୍ଥିତିକୁ ଦେଖିଲେ ହାତୀ ଆକ୍ରମଣରେ ପାତ୍ର ନାୟକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।  ପାତ୍ର ନାୟକ ଦୀର୍ଘ ୧୫ଦିନରୁ ଊର୍ଦ୍ଧ୍ବ ହେବ ନିଖୋଜ ଥିବା ଗ୍ରାମ ଲୋକ ପ୍ରକାଶ କରିଛନ୍ତି। ପାତ୍ର ଜଣେ ନିଜ ଘରେ ରହୁଥିଲେ। ତାଙ୍କ ପରିବାର ଲୋକ ରାଜ୍ୟ ବାହାରେ ଦାଦନ ଖଟୁଥିଲେ। ସେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଥିଲେ। ଆଜି କୁରୁମିଙ୍ଗିଆ ଅଞ୍ଚଳର କିଛି ମହିଳା ଭୋରରୁ ଦାର୍ଣ୍ଣିକଲା ଜଙ୍ଗଲକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଗଳିତ ଶବ ପଡ଼ିଥିବା ଏବଂ ପାଖରେ ଏକ ଲୁଙ୍ଗି, ସାର୍ଟ ଏବଂ ଟାଙ୍ଗିଆ ପଡ଼ିଥିବା ଦେଖି ଗାଁରେ ଖବର ଦେଇଥିଲେ। ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଦେଖିବା ସହ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking