ମୁମ୍ବାଇ : ୪୯ ବର୍ଷରେ ପାଦ ଥାପିଲେ ଏକତା କପୁର । ଫ୍ୟାନ୍ସମାନଙ୍କ ସହ ବେଶ ଧୁମ ଧାମରେ ପାଳନ କଲେ ଜନ୍ମଦିନ। ତାଙ୍କ ଜନ୍ମଦିନରେ ସେ କହିଛନ୍ତି ଯେ ଫ୍ୟାନ୍ସଙ୍କ ଭଲ ପାଇବା ପାଇଁ ଆଜି ସେ ଏହି ସଫଳତା ପାଇଛନ୍ତି ଏବଂ ଏମିତି ଏହି ଆଶୀର୍ବାଦ ରହିଲେ ସେ ଆହୁରି ଅନେକ ହିଟ ସିରିଏଲ ଏବଂ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ। ଏକତା ୭ ଜୁନ ୧୯୭୫ରେ ଜନ୍ମ ନେଇଥିଲେ। ସେ ଜଣେ ଭାରତୀୟ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକର ପ୍ରଯୋଜିକା ଅଟନ୍ତି। ତାଙ୍କ ପ୍ରଯୋଜନା ସଂସ୍ଥା ହେଉଛି “ବାଲାଜୀ ଟେଲି ଫିଲ୍ମସ”। ଯେଉଁଥିରେ ସେ ଯୁଗ୍ମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟଭାର ତୁଲାଉଛନ୍ତି। ଏକତା ହିନ୍ଦୀ ଚଳଚ୍ଚିତ୍ରର ନାମିଦାମୀ କଳାକାର ଜିତେନ୍ଦ୍ରଙ୍କ ଝିଅ ହୋଇଥିଲେ ମଧ୍ୟ ସେ ପ୍ରଯୋଜିକା ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରୁ ସେ ଟେଲି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ। ଏହାପରେ ଧୀରେ ଧୀରେ ସେ ଅନେକ ଧାରାବାହିକରେ ନିର୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ସମସ୍ତ ଧାରାବାହିକ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ତେବେ ଆଜି ତାଙ୍କର ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ସବୁ ଫ୍ୟାନ୍ସମାନେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।