ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଦ ସାବରମତି ରିପୋର୍ଟର ପ୍ରଯୋଜିକା ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଉପରୁ ସରକାର ଟିକସ ଛାଡ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ଏକତା । ଏଥିସହ ଫିଲ୍ମ ଦେଖିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାପରେ ସେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ସାଂସଦ ମାନେ ଦ ସାବରମତି ରିପୋର୍ଟ ଦେଖିଥିଲେ । ସଂସଦର ବାଲ ଯୋଗୀ ଅଡିଟୋରିୟମରେ ଏନେଇ ସ୍ୱତନ୍ତ୍ର ସ୍କ୍ରନିଂ ହୋଇଥିଲା । ୨୦୦୨ ଗୁଜୁରାଟ ଟ୍ରେନ ପୋଡି ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି ସାବରମତି ଫିଲ୍ମ ।