26.1 C
Bhubaneswar
Saturday, August 23, 2025
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର। ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବେତିଙ୍ଗ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘାଟି ତିନୋଟି ପରିବାରର ଆଠ ବଖରା ଘର ଭଶ୍ମିଭୂତ ହୋଇଯାଇଛି।ଅଗ୍ନିକାଣ୍ଡରେ ରମେଶ ମଳିକ, ସଞ୍ଜୟ ମଳିକ ଏବଂ ହରିକୃଷ୍ଣ ମଳିକଙ୍କ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି । ସଞ୍ଜୟ ମଳିକଙ୍କ ୬ ଟି କୁକୁଡ଼ା ମରିଯାଇଥିବା ବେଳେ ହରିକୃଷ୍ଣ ମଳିକ ଘରେ ରଖିଥିବା ୫୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି।

ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେଵେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କ୍ଷତିଗ୍ରସ୍ତ ମାନେ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ଯୋଗୁଁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking