19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶତାଲିବାନ ଶାସନରେ ୮୬ ରେଡିଓ ଷ୍ଟେସନ ବନ୍ଦ

ତାଲିବାନ ଶାସନରେ ୮୬ ରେଡିଓ ଷ୍ଟେସନ ବନ୍ଦ

କାବୁଲ: ଫେବୃଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳିତ ହୋଇଯାଇଛି । ଟିଭି, ମୋବାଇଲ ଓ ଇଣ୍ଟରନେଟ୍ ଯୁଗରେ ରେଡିଓ ତାହାର ପ୍ରାଧାନ୍ୟ ହରାଇଛି ସତ, ତେବେ ଏବେମଧ୍ୟ ଲୋକେ ଏହାକୁ ସମ୍ପୂର୍ଣ୍ଣ ହତାଦର କରିନାହାନ୍ତି । ତେବେ ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ୨୦୨୧ ଅଗଷ୍ଟରେ କ୍ଷମତା ଅକ୍ତିଆର କରିବା ପରଠାରୁ ସେଠାରେ ୮୬ଟି ରେଡିଓ ଷ୍ଟେସନକୁ ବନ୍ଦ କରାଯାଇଛି ବୋଲି ଟୋଲୋ ନ୍ୟୁଜ୍ ପକ୍ଷରୁ କୁହାଯାଇଛି । ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ, ପ୍ରସାରଣକୁ ନେଇ ତାଲିବାନୀଙ୍କ ନକାରାତ୍ମକ ଆଭିମୁଖ୍ୟ ଯୋଗୁଁ ଆଫ୍‌ଗାନିସ୍ତାନର ୭୦ ପ୍ରତିଶତ ରେଡିଓ ଷ୍ଟେସନ ବନ୍ଦ ହୋଇସାରିଲାଣି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking