26.1 C
Bhubaneswar
Sunday, January 12, 2025
Homeବ୍ରେକୀଙ୍ଗଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ଉଚିତ

ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ଉଚିତ

ନୂଆଦିଲ୍ଲୀ: ଖାଦ୍ୟ ମଧ୍ୟରେ ଅଣ୍ଡା ହେଉଛି ସବୁଠୁ ସ୍ୱାସ୍ଥ୍ୟକର । ଏଥିରୁ ମିଳୁଥିବା ପୋଷକ ତତ୍ୱ ପାଇଁ ଏହାକୁ ସୁପର ଫୁଡ୍ ମଧ୍ୟ କୁହାଯାଏ । ଗୋଟିଏ ଅଣ୍ଡାରେ ଥିବା ନ୍ୟୁଟ୍ରିସନ ଚିକେନ ସହ ବରାବର୍ ହୋଇଥାଏ । ଅଣ୍ଡାକୁ ସର୍ବଦା ହାଇକୋଲେଷ୍ଟ୍ରୋଲ ସହ ତୁଳନା କରାଯାଏ । ସେଥିପାଇଁ ଅଦିକାଂଶ ସମୟରେ ଲୋକଙ୍କୁ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଏ । ତାହେଲେ ଚାଲନ୍ତୁ ଜାଣିବା, ଅଣ୍ଡା ସହ କୋଲେଷ୍ଟ୍ରୋଲର କଣ ଭୂମିକା ରହିଛି ଓ ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ଉଚିତ ।
ସାଧାରଣ ଭାବରେ ଲୋକମାନେ କୋଲେଷ୍ଟ୍ରୋଲକୁ ଖରାପ କହିଥାନ୍ତି । କିଛି ଅଧ୍ୟୟନରୁ ଜଣାପଡିଛି ଯେ, ହୃଦଘାତ ସହ ଏହା ଜଡିତ ରହିଥାଏ । ଏହା ଉପରେ ପ୍ରମାଣ ମଧ୍ୟ ମିଳିଛି ।
ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରୋଲ ଆବଶ୍ୟକ- ଆପଣଙ୍କ ଶରୀର ଠିକ ଭାବରେ ସନ୍ତୁଳନ ହେବା ପାଇଁ କୋଲେଷ୍ଟ୍ରୋଲ ଜରୁରୀ ହୋଇଥାଏ । ସେଲ ମେମ୍ବ୍ରେନରେ କୋଲେଷ୍ଟ୍ରୋଲ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଟେଷ୍ଟେଷ୍ଟେରୋନ, ଏଷ୍ଟ୍ରୋଜନ ଓ କୋର୍ଟିସୋଲ ଭଳି ଜରୁରୀ ଷ୍ଟେରଏଡ ହାର୍ମୋନ ପ୍ରସ୍ତୁତ କରିବାରେ କୋଲେଷ୍ଟ୍ରୋଲ ସାହାଯ୍ୟ କରିଥାଏ । ଲିଭର ପ୍ରାକୃତିକ ଉପାୟରେ ଶରୀର ପାଇଁ ପର୍ଯ୍ୟାପ୍ତ କୋଲେଷ୍ଟ୍ରୋଲ ପ୍ରସ୍ତୁତ କରେ । ଆଉ ଆପଣ ଯେତେବେଳେ କୋଲେଷ୍ଟ୍ରୋଲଯୁକ୍ତ ଖାଦ୍ୟ ଖାଆନ୍ତି, ପରେ ଲିଭର ଆପେ ଆପେ କୋଲେଷ୍ଟ୍ରୋଲ ପ୍ରସ୍ତୁତ କରିବା ମାତ୍ରା କମ୍ କରିଦିଏ ।

ଅଣ୍ଡା ଓ କୋଲେଷ୍ଟ୍ରୋଲର ସମ୍ବନ୍ଧ- ପ୍ରାୟ ସମୟରେ ଗୋଟିଏ ଦିନରେ କମ୍ ଅଣ୍ଡା ଖାଇବାକୁ ଆପଣଙ୍କୁ ପରାମର୍ଶ ମିଳିଥିବ । ବିଶେଷ ଭାବରେ ଅଣ୍ଡାର ହଳଦିଆ ଅଂଶ । ଏକ ମଧ୍ୟମ ଆକାର ଅଣ୍ଡାରେ ୧୮୬ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ଅଣ୍ଡାର ଧଳା ଅଂଶରେ ପ୍ରୋଟିନ ଅଧିକ ଓ କୋଲେଷ୍ଟ୍ରୋଲ କମ୍ ରହିଥାଏ । ଅଣ୍ଡାର ହଳଦିଆ ଅଂଶରେ କୋଲେଷ୍ଟ୍ରୋଲ ଅଧିକ ମାତ୍ରାରେ ରହିଥାଏ । ସପ୍ତାହରେ ଅତି କମରେ ୨ରୁ ୬ଟି ସେହି ଅଂଶ ଖାଇବାକୁ କହିଥାନ୍ତି । ଏକ ଗବେଷଣାରେ ଦୁଇ ଲୋକଙ୍କ ଗ୍ରୁପ କରାଗଲା । ପ୍ରଥମ ଗ୍ରୁପରେ କିଛି ଲୋକ କିଛି ଦିନ ଧରି ପ୍ରତିଦିନ ୧-୩ ସଂପୂର୍ଣ୍ଣ ଅଣ୍ଡା ଖାଇଲେ । ଅନ୍ୟପଟେ ଅନ୍ୟ ଗ୍ରୁପର ଲୋକେ ଅଣ୍ଡାର କେବଳ ଧଳା ଅଂଶ ଖାଇଲେ । ସେ ସମସ୍ତଙ୍କ ନିକଟରେ କୋଲେଷ୍ଟ୍ରୋଲ ବଢିଥିବା ଦେଖାଗଲା । କିଛି ଲୋକଙ୍କୁ ଛାଡି ଖରାପ କୋଲେଷ୍ଟ୍ରୋଲ ସ୍ତରରେ କୌଣସି ପ୍ରକାର ପରିବର୍ତ୍ତନ ନଥିଲା । ଗୋଟିଏ ପୁରା ଅଣ୍ଡା ଖାଇବାର ପ୍ରଭାବ ପ୍ରତି ବ୍ୟକ୍ତିଙ୍କ ଉପରେ ଭିନ୍ନ ଥାଏ । ୭୦ ପ୍ରତିଶତ ଲୋକଙ୍କ ଉପରେ ଅଣ୍ଡା ଖାଇବା ଦ୍ୱାରା ତାଙ୍କ ଖରାପ କୋଲେଷ୍ଟ୍ରୋଲ ଉପରେ କିଛି ପ୍ରଭାବ ପଡିନଥିଲା । ଅନ୍ୟପଟେ ୩୦ ପ୍ରତିଶତ ଲୋକଙ୍କ ଠାରେ କିଛି ମାତ୍ରାରେ ବଢିଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking