28.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଗୌତମ ସିଂଘାଣିଆଙ୍କ ବିବାହ ବିଚ୍ଛେଦର ପ୍ରଭାବ; ୧୫୦୦ କୋଟିର କ୍ଷତି ସହିଲାଣି ରେମଣ୍ଡ୍‌

ଗୌତମ ସିଂଘାଣିଆଙ୍କ ବିବାହ ବିଚ୍ଛେଦର ପ୍ରଭାବ; ୧୫୦୦ କୋଟିର କ୍ଷତି ସହିଲାଣି ରେମଣ୍ଡ୍‌

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ବିଶ୍ୱର ଅନ୍ୟତମ ଅଗ୍ରଣୀ ପୋଷାକ ନିର୍ମାତା ରେମଣ୍ଡ୍ ଲିମିଟେଡ୍‌ର ଅଧ୍ୟକ୍ଷ ଗୌତମ ସିଂଘାଣିଆଙ୍କର ଚଳିତମାସ ୧୩ରେ ବିବାହ ବିଚ୍ଛେଦ ଘଟିଛି । ଇତିମଧ୍ୟରେ ଘଟଣାର ସାତଦିନ ବିତିଯାଇଥିବାବେଳେ ଏହି ବିବାହ ବିଚ୍ଛେଦର କୁପ୍ରଭାବ ରେମଣ୍ଡ୍ ସେୟାର ମାର୍କେଟ ଉପରେ ପଡିଛି । ବିଗତ ଏକ ସପ୍ତାହ ମଧ୍ୟରେ ରେମଣ୍ଡ ସେୟାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିବାବେଳେ କମ୍ପାନୀକୁ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିବା ଜଣାପଡିଛି ।

ଭରଣ ପୋଷଣ ବାବଦରେ ପତ୍ନୀ ନୱାଜ୍ ମୋଦୀ ଗୌତମଙ୍କ ସମ୍ପତ୍ତିରୁ ୭୫ ପ୍ରତିଶତ ଅର୍ଥ ଦାବି କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗୌତମ ଓ ନୱାଜ୍‌ଙ୍କ ମଧ୍ୟରେ ଚୂଡାନ୍ତ ବୁଝାମଣା ହୋଇନଥିବାବେଳେ ରେମଣ୍ଡ କମ୍ପାନୀକୁ ଆର୍ôଥକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking