17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶନ୍ୟାସନାଲ ହେରାଲ୍ଡ ଅଫିସରେ ଇଡିର ଚଢାଉ

ନ୍ୟାସନାଲ ହେରାଲ୍ଡ ଅଫିସରେ ଇଡିର ଚଢାଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ଚଢାଉଛି କରିଛି। କୁହାଯାଉଛି ଯେ, ଅଫିସରେ ଇଡି ଚଢାଉ ଜାରି ରଖିଛି। ଇଡି ନାସନାଲ ହେରାଲ୍ଡ ମାମଲାରେ ନିକଟରେ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପଚରା ଉଚରା ପାଇଁ ଡକାଇଥିଲା। ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ନିକଟରେ ସୋନିଆଙ୍କୁ ପଚରା ଉଚରା କରିସାରିଛି। କେବଳ ସେତିକି ନୁହେଁ, ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଥିଲା। ଅନ୍ୟପକ୍ଷେ କଂଗ୍ରେସ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ସାରା ଦେଶରେ ସତ୍ୟାଗ୍ରହ କରିଥିଲା। ଏହି ମାମଲାରେ ସରା ସେଶରେ ୧୪ଟି ସ୍ଥାନରେ ଚଢାଉ କରାଯାଇଛି।

କୁହାଯାଉଛି ଯେ, ନ୍ୟାସାନାଲ ହେରାଲ୍ଡ ଅଫିସରେ ସିକ୍ୟୁରିଟି ଗାର୍ଡ ବ୍ୟତୀତ କେହି ନାହାନ୍ତି। ଅନ୍ୟପକ୍ଷେ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡି ଇଡି ଚଢାଉକୁ ନେଇ କହିଛନ୍ତି, ଏହା ଖୁବ୍ ଆଶ୍ଚର୍ଯ୍ୟ କରିବା ଭଳି ରହିଛି। ଏହା ରାଜନୈତିକ ପ୍ରତିଶୋଧ ଛଡା ଆଉ କିଛି ନୁହେଁ। ଏହି ମାମଲାରେ ପୂର୍ବ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବାକୁ ଯାଇ ଇଡି ୧୦୦ ରୁ ଅଧିକ ପ୍ରଶ୍ନ ପଚାରିଥିଲା । ଏହାସହ ତା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ବି ୧୫୦ ରୁ ଅଧିକ ପ୍ରଶ୍ନ ପଚାରିଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ବ୍ରିଟିସ୍‌ ସରକାର ବିରୋଧରେ ସ୍ୱର ଉତ୍ତୋଳନ ଲାଗି ୧୯୩୮ ମସିହାରେ ଜବାହାରଲାଲ ନେହରୁ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ନ୍ୟାସନାଲ ହେରାଲ୍ଡ ନ୍ୟୁଜ ପେପର୍ ପ୍ରତିଷ୍ଠା କରିଥିଲେ। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍(ଏଜେଏଲ) ନାମକ ସଂସ୍ଥା ନ୍ୟାସନାଲ ହେରାଲ୍ଡ ସମେତ ଅନ୍ୟ ଦୁଇଟି ଖବର କାଗଜ- ଉର୍ଦ୍ଦୁରେ କ୍ୱାମି ଆଓ୍ୱାଜ୍ ଓ ହିନ୍ଦୀରେ ନବଜୀବନ ମଧ୍ୟ ପ୍ରକାଶନ କରୁଥିଲା । ତେବେ ଏହା ବ୍ୟକ୍ତିଗତ ସଂପତ୍ତି ନଥିଲା । ଆରମ୍ଭରୁ ପ୍ରାୟ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଏହାର ସେୟାର୍ ହୋଲ୍ଡର୍ ଥିଲେ । ୯୦ ଦଶକରେ ଏହା କ୍ଷତିରେ ଚାଲିଥିଲା। ୨୦୦୮ ରେ ଏଜେଏଲ୍‌ ଉପରେ ୯୦ କୋଟିରୁ ଅଧିକ ଋଣ ବୋଝି ବଢିଯାଇଥିଲା। ୨୦୧୦ରେ ବି ଏହାର ୧୦୫୭ ସେୟାର ହୋଲ୍ଡର ଥିଲେ। କ୍ଷତି କାରଣରରୁ ପରେ ୨୦୧୦ରେ ନ୍ୟାସନାଲ ହେରାଲ୍ଡକୁ କିଣିଥିଲା ୟଙ୍ଗ ଇଣ୍ଡିଆ ନାମକ କଂପାନୀ, ଯାହାର ବୋର୍ଡ ଅଫ୍ ଡିରେକ୍ଟର୍ସ ଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । କୁହାଯାଉଛି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହମତିରେ କଂଗ୍ରେସର ଫଣ୍ଡରୁ ୯୦ କୋଟି ଲୋନ୍‌ ଏଜିଏଲକୁ ଦିଆଯାଇଥିଲା। ଏହାପରେ ସୋନିଆ ଓ ରାହୁଲ ୟଙ୍ଗ ଇଣ୍ଡିଆ ନାମକ କମ୍ପାନୀ ଦ୍ବାରା ଖବର କାଗଜର ସମ୍ପତ୍ତି ଉପରେ କବ୍‌ଜା କରିନେଇଥିଲେ। ତାଙ୍କ ବ୍ୟତୀତ କଂଗ୍ରେସ ନେତା ମୋତିଲାଲ ବୋରା ଓ ଓସ୍କାର ଫର୍ଣ୍ଣାଣ୍ଡିଜ୍‌(ଦୁହିଁଙ୍କର ପରଲୋକ ହୋଇସାରିଛି)ମଧ୍ୟ ସେୟାର ହୋଲ୍ଡର ଥିଲେ।

୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ । ୨୦୧୪ ରେ ସୋନିଆ ଓ ରାହୁଲଙ୍କ ବିରୋଧରେ କୋର୍ଟ ସମନ ଜାରି କରିଥିଲେ। ଏହାପରେ ଇଡି ଡି ମାମଲାର ତଦନ୍ତ କରୁଥିଲା। ୨୦୧୫ ରେ ଦୁହେଁ ଦିଲ୍ଲୀର ପଟିୟାଣା ହାଉସ କୋର୍ଟରୁ ଜାମିନ ପାଇଥିଲେ। ୨୦୧୬ ରେ ସୁପ୍ରିମକୋର୍ଟ ଦୁହିଁଙ୍କୁ କୋର୍ଟରେ ଶୁଣାଣି ବେଳେ ବ୍ୟକ୍ତି ଭବରେ ହାଜର ନହେବାର ଅନୁମତି ଦେଇଥିଲେ, କିନ୍ତୁ କେସ୍‌ ବନ୍ଦ କରିନଥି​ଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking