27.1 C
Bhubaneswar
Wednesday, June 26, 2024
Homeଓଡିଶାଏଡିଆର ରିପୋର୍ଟ: ଚତୁର୍ଥ ପର୍ଯ୍ୟାୟରେ ୧୨୧ କୋଟିପତି ପ୍ରାର୍ଥୀ; ସର୍ବାଗ୍ରେ ସୁବାସିନୀ,ସର୍ବନିମ୍ନରେ ବେଣୁଧର

ଏଡିଆର ରିପୋର୍ଟ: ଚତୁର୍ଥ ପର୍ଯ୍ୟାୟରେ ୧୨୧ କୋଟିପତି ପ୍ରାର୍ଥୀ; ସର୍ବାଗ୍ରେ ସୁବାସିନୀ,ସର୍ବନିମ୍ନରେ ବେଣୁଧର

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୨୧ କୋଟିପତି । ଏହି ତାଲିକାରେ ସର୍ବାଗ୍ରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବିଧାନସଭାର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା । ତାଙ୍କ ସମ୍ପତ୍ତିର ପରିମାଣ ୧୩୫ କୋଟି ଟଙ୍କାରୁ ଅଧିକ । ସେ ତାଙ୍କ ସମ୍ପତ୍ତିର ପରିମାଣ ୧୩୫ କୋଟି ଟଙ୍କାରୁ ଅଧିକ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ସିମୁଳିଆର ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁ । ତାଙ୍କ ସମ୍ପତ୍ତିର ପରିମାଣ ୯୧ କୋଟି ଟଙ୍କାରୁ ଅଧିକ । ତୃତୀୟ ସ୍ଥାନରେ ଅଛନ୍ତି ଭଣ୍ଡାରୀପୋଖରୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୮୬ କୋଟି ଟଙ୍କାରୁ ଅଧିକ । ହେଲେ ସର୍ବ ନିମ୍ନରେ ଅଛନ୍ତି ଉଦଳା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବେଣୁଧର ମହାପାତ୍ର । ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୬୪୫ ଟଙ୍କା ବୋଲି ସେ ସତ୍ୟପାଠାରେ ଦର୍ଶାଇଛନ୍ତି ।

ଗୁରୁବାର ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏଡିଆର ଓ ଓଡ଼ିଶା ଇଲେକସନ ୱାଚ୍ ଏହି ସୂଚନା ପ୍ରଦାନ କରିଛି । ରିପୋର୍ଟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୪୧ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟିରୁ ଅଧିକ ଥିବାବେଳେ ୩୬ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୨ରୁ ୫କୋଟି ଟଙ୍କା ଓ ୮୮ ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ ଲକ୍ଷରୁ ୨କୋଟି, ୮୧ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ରୁ ୫୦ଲକ୍ଷ ଏବଂ ୧୪୮ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ଲକ୍ଷ ଟଙ୍କାରୁ କମ୍ ରହିଛି । ଏହି କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସର୍ବାଧିକ ୩୭ଜଣ ଥିବାବେଳେ ବିଜେପିର ୩୦, କଂଗ୍ରେସର ୨୧ ଓ ସିପିଆଇ ଓ ସିପିଆଇଏମ୍‌ର ଜଣେ କରି ପ୍ରାର୍ଥୀ ରହିଛନ୍ତି ।

ବସ୍ତା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଝରଣାରାଣୀ ଜେନାଙ୍କ ସମ୍ପତ୍ତିର ପରିମାଣ ୧୦୦୦ ଟଙ୍କା । ନିମାପଡାରୁ ଜୟ ମହାଭାରତ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଗୋପାଳ କୃଷ୍ଣ ବେହେରାଙ୍କ ସମ୍ପତ୍ତିର ପରିମାଣ ୨୬୭୧ ଟଙ୍କା । ତେବେ ଦୁଇଜଣ ପ୍ରାର୍ଥୀଙ୍କର କୌଣସି ସମ୍ପତ୍ତି ନଥିବା ସେମାନେ ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏମାନେ ହେଲେ ଧାମନଗରରୁ ସ୍ୱାଧୀନ ଭାବେ ଲଢୁଥିବା ସଞ୍ଜୟ କୁମାର ଦାସ ଓ କୋରେଇରୁ ଲଢୁଥିବା ଗୋପାଳକୃଷ୍ଣ ମହାନ୍ତି । ଏହି ଦୁଇ ପ୍ରାର୍ଥୀଙ୍କର କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନାହିଁ । ହେଲେ ସେମାନଙ୍କର ପାନ୍ କାର୍ଡ଼ ଅଛି ।

ରିପୋର୍ଟରେ ପୁଣି କୁହାଯାଇଛି ଯେ, ବିଜେପିର ୪୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ବିଜେଡିର ୪୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣ ଏବଂ କଂଗ୍ରେସର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ଅର୍ଥାତ ମୋଟ୍ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୬ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ୮୮ଜଣଙ୍କ ନାମରେ ଜଘନ୍ୟ ଅପରାଧିକ ମାମଲା ଥିବାବେଳେ ୧୭ଜଣ ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ଏବଂ ୨୦ଜଣଙ୍କ ବିରୁଦ୍ଧରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking