29.4 C
Bhubaneswar
Sunday, May 18, 2025
Homeଓଡିଶାଇସିଆଇ କାର୍ଯ୍ୟାନୁଷ୍ଠାନ: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ

ଇସିଆଇ କାର୍ଯ୍ୟାନୁଷ୍ଠାନ: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ

ଭୁବନେଶ୍ବର: ନିର୍ବାଚନର ସରଗରମ ମାହୋଲରେ ରାଜ୍ୟରେ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଜାତୀୟ ନିର୍ବାଚନ କମିଶନ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଭାରତ ନିର୍ବାଚନ ଆୟୋଗ ଗୁରୁବାର ରାଜ୍ୟର ପ୍ରଭାବ ଶାଳୀ ଆଇଏଏସ ଅଫିସର ତଥା ମିଶନ ଶକ୍ତିର ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛି ।

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ତୁରନ୍ତ ପ୍ରଭାବ ପକାଇ ଏକ ଅଣ-ସାଧାରଣ କାରବାର ବିଭାଗକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗ ଉପରେ ଆଧାର କରି ଏହି ପଦକ୍ଷେପ ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଭାରତ ନିର୍ବାଚନ ଆୟୋଗଙ୍କୁ ତାଙ୍କୁ ଏହି ପଦବୀରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲା କାରଣ ତାଙ୍କ ନାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବିଜେଡିକୁ ଭୋଟ୍ ଦେବା ପାଇଁ ପ୍ରଭାବିତ କରେଇବାର ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking