କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗାପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ । ଏହି ପ୍ରେସ କନଫରେନ୍ସରେ ସେ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଏହାସହରେ ନିର୍ବାଚନ ଆୟୋଗ ଉପରେ ଓ ପଶ୍ଚିମବଙ୍ଗରେ ବଢୁଥିବା କୋରନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ଉପରେ ଆରୋପ ଲଗାଇଥିଲେ ।
ମମତା ବାନାର୍ଜୀ କହିଥିଲେ ଯେ, ମୋଦୀ ସରକାର କୋରନା ସଂକ୍ରମଣ ସହ ଲଢିବାରେ ବିଫଳ ହୋଇଛନ୍ତି । ଦେଶର ଅନେକ ହସ୍ପିଟାଲରେ ଅକି୍ସଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ହେଉଛି । ବିଜେପି ଯୋଗୁଁ ପଶ୍ଚିମବଙ୍ଗରେ ମଧ୍ୟ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କାରଣ ବିଜେପି ନିର୍ବାଚନ ପ୍ରଚାର କରିବା ପାଇଁ ବାହାରୁ ଲୋକଙ୍କୁ ଡକାଇଥିଲା । ଏହି କାରଣରୁ ରାଜ୍ୟରେ ସଂକ୍ରମଣ ବଢୁଛି ।
ନିର୍ବାଚନ ଆୟୋଗ ଉପରେ ମଧ୍ୟ ମମତା ବାନାର୍ଜୀ ଗମ୍ଭୀର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେବେ ପ୍ରଧାନମନ୍ତ୍ରୀ କହିଲେ କି ସେ ପଶ୍ଚିମବଙ୍ଗରେ ରାଲି କରିବେ ନାହିଁ , ସେବେ ନିର୍ବାଚନ ଆୟୋଗ ରାଜ୍ୟରେ ସମସ୍ତ ନିର୍ବାଚନୀ ସଭା, ରାଲି ଓ ପ୍ରଚାର ଉପରେ ରୋକ ଲଗାଇ ଦେଲେ । ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ତାହା କରୁଛି ଯାହା ବିଜେପି କରିବାକୁ କହୁଛି ।
ସୂଚନାଅନୁସାରେ ଏହାପୁର୍ବରୁ ପଶ୍ଚିମବଙ୍ଗରେ ବଢୁଥିବା କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନର ପ୍ରଚାର ଉପରେ ସମ୍ପୁର୍ଣ୍ଣ ରୁପେ ରୋକ ଲଗାଇ ଦେଇଥିଲେ ।