ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜୋର ଧରିଛି । ଏଥିପାଇଁ ସବୁଠାରେ ଜୋରଦାର ପ୍ରଭାବ ଅନୁଭୂତ ହୋଇଛି । ଏଥିପାଇଁ ବରମୁଣ୍ଡା ଓ ବାଦାମବାଡି ବସଷ୍ଟାଣ୍ଡ ଆଜି ବି ଖାଁ ଖାଁ । ଆବଶ୍ୟକ ଯାତ୍ରୀ ଓ ବସ୍ ନଥିବାରୁ ବସ୍ଷ୍ଟାଣ୍ଡରୁ ମଧ୍ୟ ଗଡୁନି ବସ୍ । ସମ୍ବଲପୁର ବସ୍ଷ୍ଟାଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ଅଟକିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି । ପୁରୀରେ ବି ଗଡୁନାହିଁ ବସ୍ ଏଥିପାଇଁ ପର୍ଯ୍ୟଟକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।