34.1 C
Bhubaneswar
Friday, October 18, 2024
Homeଖେଳପ୍ୟାରିସ୍ ଅଲିମ୍ପିକ୍ସରେ ସାତ୍ତ୍ୱିକ୍‌-ଚିରାଗଙ୍କୁ ସହଜ ଡ୍ର’

ପ୍ୟାରିସ୍ ଅଲିମ୍ପିକ୍ସରେ ସାତ୍ତ୍ୱିକ୍‌-ଚିରାଗଙ୍କୁ ସହଜ ଡ୍ର’

ନୂଆଦିଲ୍ଲୀ: ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ପୁରୁଷ ଡବଲ୍ସ ଡ୍ର’ ଘୋଷଣା ହୋଇଛି । ଏଥିରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଟ ଶେଟୀଙ୍କ ଭାରତୀୟ ଷ୍ଟାର୍ ଡବଲ୍ସ ଯୋଡ଼ିକୁ ଅନୁକୂଳ ଡ୍ର’ ମିଳିଛି । ଥୋମାସ୍ କପ୍ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ିକୁ ଟୁର୍ଣ୍ଣାମେଣ୍ଟ୍‌ରେ ତୃତୀୟ ସିଡ୍ ପ୍ରଦାନ କରାଯାଇଛି । ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ପୂର୍ବତନ ବିଶ୍ୱ ନଂ.୧ ଯୋଡ଼ି ସାତ୍ତ୍ୱିକ୍‌-ଚିରାଗଙ୍କୁ ଗ୍ରୁପ୍‌-ସି’ରେ ରଖାଯାଇଛି । ଏହି ଗ୍ରୁପ୍‌ରେ ଇଣ୍ଡୋନେସିଆର ଫଜର୍ ଅଲ୍‌ଫିୟା ଓ ମହମ୍ମଦ ରିୟାନ୍ ଏରଦିୟାନ୍ତୋଙ୍କ ୬ଷ୍ଠ ସିଡ୍ ଯୋଡ଼ି ଭାରତୀୟ ଯୋଡ଼ିକୁ ସବୁଠୁ କଡ଼ା ଚ୍ୟାଲେଞ୍ଜ୍ ଦେବ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଯୋଡ଼ି ଗ୍ରୁପ୍ ଚରଣରେ ଜର୍ମାନୀର ମାର୍କ୍ସ ଲାମ୍ସଫସ୍ ଓ ମାଭିନ୍ ସିଡର୍‌ଙ୍କ ବିଶ୍ୱ ନଂ.୩୧ ଯୋଡ଼ି ଏବଂ ଫ୍ରାନ୍ସର ଲୁକାସ୍ କୋର୍ଭି ଓ ରୋନନ୍ ଲେବର୍‌ଙ୍କ ବିଶ୍ୱ ନଂ. ୪୩ ଯୋଡ଼ିକୁ ଭେଟିବ । ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ୍ ଇଭେଣ୍ଟ୍ ଜୁଲାଇ ୨୭ରୁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking