37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନରେ କିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି । ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ରବିବାର ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନସିଆର୍ ସମେତ ଗୁରୁଗ୍ରାମ, ଗାଜିଆବାଦ, ନୋଏଡା ଓ ଫରିଦାବାଦରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ କରିଥିଲେ ଲୋକେ । ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା । ଭୂମିକମ୍ପ ପ୍ରାୟ ୪ଟା ୮ ମିନିଟରେ ହୋଇଥିଲା । ଅକ୍ଟୋବର ୩ରେ ଉତ୍ତର ଭାରତ ସମେତ ଅନେକ ଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଉ ସେତେବେଳର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking