ଇସଲାମାବାଦ: ପାକିସ୍ତାନର ଇସଲାମାବାଦ୍, ରାୱଲପିଣ୍ଡି ଏବଂ ଅ।।ଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଯାଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୪ ରହିଥିବା ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ ଅନୁଯାୟୀ ଏହାର ଗଭୀରତା ୧୫ କିମି ରହିଛି, ଯାହାର କେନ୍ଦ୍ରସ୍ଥଳ କରାଚୀର କୁୟଦାବାଦ ନିକଟରେ । ତେବେ ୪.୪ ତୀବ୍ରତାର ଝଟ୍କା ସତ୍ତ୍ୱେ ଇସାଲାମାବାଦ୍ କିମ୍ବା ରାୱଲପିଣ୍ଡିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତଥାପି ଆଗାମୀ କିଛି ଘଣ୍ଟା ମଧ୍ୟରେ ଏପ୍ରକାର ଭୂକମ୍ପ ଅନୁଭୂତ ହେବା ନେଇ ଆଶଙ୍କା କରାଯାଉଛି । ପ୍ରକାଶ, ଗତ ମାସରେ ଗିଲଗିଟରେ ୩.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।