ମହାରାଷ୍ଟ୍ର : ଆଜି ସକାଳୁ ସକାଳୁ ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳୁ ସକାଳୁ ୧୦ ମିନିଟ୍ ମଧ୍ୟରେ ମହାରାଷ୍ଟ୍ରରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୪.୫ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଭୂକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୩.୬ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୂକମ୍ପ ପାଇଁ ମହାରାଷ୍ଟ୍ରରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ମୃତ ଓ ଆହତଙ୍କ ସୂଚନା ମଧ୍ୟ ମିଳିନାହିଁ । ସକାଳୁ ସକାଳୁ ଭୂକମ୍ପ ସୃଷ୍ଟି ହୋଇଥିବାରୁ ଲୋକମାନେ ଘରୁ ଭାରି ଆସିଥିଲେ । ପ୍ରଥମ ଭୂକମ୍ପ ସୃଷ୍ଟି ହେବାର ପ୍ରାୟ ୧୦ ମିନିଟ ମଧ୍ୟରେ ଆଉ ଗୋଟେ ଭୂକମ୍ପ ସୃଷ୍ଟି ହୋଇଥିଲା ।