36.1 C
Bhubaneswar
Sunday, May 19, 2024
Homeଓଡିଶାବ୍ରହ୍ମପୁର ଜେଲରେ ଇ-ମୁଲାକାତ

ବ୍ରହ୍ମପୁର ଜେଲରେ ଇ-ମୁଲାକାତ

ବ୍ରହ୍ମପୁର: ବ୍ରହ୍ମପୁର ଜେଲରେ ଇ ମୁଲାକାତ ଆରମ୍ଭ କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ଇ-ମୁଲାକାତରେ ଘରେ ବସି ଭର୍ଚୁଆଲରେ କଏଦୀଙ୍କୁ ଭେଟିପାରିବେ ସଂପର୍କୀୟ । ଜେଲର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେଇ ଜେଲ ଡିଜି ସୂଚନା ପ୍ରଦାନ କରିଛନ୍ତି । ଜେଲରେ ଥିବା ୩୦ ବେଡ ବିଶିଷ୍ଟ ହସ୍ପିଟାଲର ବେଡ ସଂଖ୍ୟା ବୃଦ୍ଧି କରାଯିବ । ୧୫୦ ବର୍ଷର ପୁରୁଣା ସେଲଗୁଡିକ ଭଙ୍ଗାଯାଇ ନୂଆ ସେଲ ନିର୍ମାଣ କରାଯିବ । ମଣ୍ଡଳ ଜେଲ ଅଧୀନରେ ଥିବା ସବୁ ସବଜେଲର ଆଧୁନିକୀକରଣ କରାଯିବ । ରାଜ୍ୟର ୨ଟି ଜେଲ ଚୌଦ୍ବାର ଓ ଭୁବନେଶ୍ବରର ଝାରପଡ଼ାରେ ଏହି ସେବା ଆରମ୍ଭ ହୋଇଥିଲା । ଅଗଷ୍ଟ ୧୫ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହାକୁ ଆରମ୍ଭ କରାଯିବାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking