26.1 C
Bhubaneswar
Tuesday, September 17, 2024
Homeଓଡିଶାବିଜେଡିର ମିଶ୍ରଣ ପର୍ବ; ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ବିଜେଡିରେ ସାମିଲ

ବିଜେଡିର ମିଶ୍ରଣ ପର୍ବ; ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ବିଜେଡିରେ ସାମିଲ

ଭୁବନେଶ୍ୱର : ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ୨୦୨୨ର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଦୁର୍ଗାଚରଣ ପ୍ରଧାନ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷକରି ଅନୁଗଳ ବ୍ଲକ ଏବଂ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦୁର୍ଗାଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ୍ ହୋଇଥିଲି ।

ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ ନ ଲାଗିବାରୁ ମୁଁ ପୁନର୍ବାର ବିଜେଡ଼ିକୁ ଫେରିବାକୁ ମନସ୍ଥ କଲି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking