34.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗରାଜ୍ୟର ୧୧୦ଟି ସ୍ଥାନରେ ଡ୍ରାଏ ରନ୍‌

ରାଜ୍ୟର ୧୧୦ଟି ସ୍ଥାନରେ ଡ୍ରାଏ ରନ୍‌

ଭୁବନେଶ୍ୱର,(ଓଏନଏ ): ଟିକା ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ରାଜ୍ୟର ୧୧୦ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ଆରମ୍ଭ ହୋଇଛି । ସିଏଚସି, ପିଏଚସି ଓ ମେଡିକାଲ କଲେଜରେ ହୋଇଛି ଡ୍ରାଇ ରନ୍ । ୧୧ଟି ଘରୋଇ ହସ୍ପିଟାଲରେ ବି ଡ୍ରାଇ ରନ୍ ହୋଇଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଇଛି । ଟିକା ନେବାର ୩୦ ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ ନିରୀକ୍ଷଣ କକ୍ଷରେ ରଖାଯିବ। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟିକା ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking