27.1 C
Bhubaneswar
Sunday, September 29, 2024
Homeଓଡିଶାମଦପିଇ ସ୍କୁଲରେ ମାତାଲ ଶିକ୍ଷକ ପ୍ରତିବାଦରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ମଦପିଇ ସ୍କୁଲରେ ମାତାଲ ଶିକ୍ଷକ ପ୍ରତିବାଦରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ: ଆଜିର ଛାତ୍ରଛାତ୍ରୀ ଦେଶ ପାଇଁ ଆସନ୍ତାକାଲିର ଭବିଷ୍ୟତ। ଆଉ ସେହି ଭବିଷ୍ୟତମାନଙ୍କ ଭବିଷ୍ୟତ ସହିତ ଖେଳଖେଳୁ ଥିଲେ ଦାୟିତ୍ବହୀନ ମାତାଲ ଶିକ୍ଷକମାନେ। ପେଟେ ମଦପିଇ ମାତାଲ ଅବସ୍ଥାରେ ସ୍କୁଲ ଆସୁଥିଲେ ଜଣେ କି ଦୁଇଜଣ ନୁହେଁ ଚାରିଜଣ ଶିକ୍ଷକ। ସଂପୃକ୍ତ ଚାରି ଶିକ୍ଷକଙ୍କୁ ବେକାବୁ କରି ଦେଇଥିଲା ମଦନିଶା। ପେଟରେ ପେଟେ ମଦ ଘାଣ୍ଟି ଚକଟି ହେଉଥିବାରୁ ପଢ଼ାଉଥିବା ପାଠ ପାଟିଦେଇ ବାହାରିବା ବଦଳରେ ବାଟବଣା ହୋଇଯାଉଥିଲା। କଣ କରୁଥିଲେ କଣ କହୁଥିଲେ ନିଜେ ଜାଣି ପାରୁନଥିଲେ। ନିଶା ଚୋଟରେ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ଅସହାୟ ଛାତ୍ରଛାତ୍ରୀ। ତେବେ ବିଦ୍ୟାଳୟକୁ ପ୍ରତିଦିନ ଶିଷ୍ଟାଚାରି ଶିକ୍ଷକ ମଦପିଇ ଆସିବା ଓ ପାଠ ନ ପଢାଇବାରୁ ୬୧ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କଲେ ସ୍କୁଲ ଛାତ୍ରଛାତ୍ରୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସର୍ବଦା ଉଦ୍ୟମ କରୁଥିବା ବେଳେ ମୋଟା ଅଙ୍କର ଦରମା ପାଉଥିବା କିଛି ଶିକ୍ଷକ ନିଜ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି। ପିଲାଙ୍କ ଭବିଷ୍ୟତ ସହ ଖେଳିବା ପାଇଁ  ପଛାଉନାହାନ୍ତି ମଦ ନିଶାର କ୍ଷଣିକ ଅନୁଭୂତି ପାଇଁ। ଶିକ୍ଷକ ପିଲାଙ୍କ ଭବିଷ୍ୟତର ମାର୍ଗଦର୍ଶକ ସାଜିଥିବା ବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମଗ୍ର ଶିକ୍ଷକ ମାନଙ୍କ ମୁଣ୍ଡ ନୁଆଁଇ ଦେଇଛି। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦରଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ବିଦ୍ୟାଳୟରେ। ଛାତ୍ରାଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ମୁତାବକ ଶଙ୍ଖାଭଙ୍ଗା ହାଇସ୍କୁଲର କିଛି ଶିକ୍ଷକ ପ୍ରତିଦିନ ବିଳମ୍ବରେ ମଦ ପିଇ ସ୍କୁଲକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। କେବଳ ଯେ ଏତିକି ତା ନୁହେଁ ନିମ୍ନମାନର ଖାଦ୍ୟ ସହ ପୋଷାକ ବଣ୍ଟନରେ ଅନିୟମିତତା କରି ଚଞ୍ଚକତା କରୁଛନ୍ତି। ତା ସହିତ ମଦପିଇ ଆସି ବିଦ୍ୟାଳୟରେ ପାଠ ନ ପଢ଼ାଇ ଗୁଲିଗପ,ମଜା ମଜଲିସ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରୀ।  ତେବେ ଶିକ୍ଷକମାନଙ୍କ ଏଭଳି ଆଚରଣରେ ଅତିଷ୍ଠ ହୋଇ ପିଲାମାନେ ସଂପୃକ୍ତ ଶିକ୍ଷକମାନଙ୍କ ବଦଳି ସହିତ ନୂତନ ଶିକ୍ଷକ ଦାବୀରେ ରାଜରାସ୍ତା ଅବରୋଧ କରି ଅଡ଼ି ବସିଥିଲେ। ରାସ୍ତା ଅବରୋଧ କରିବାରୁ ଶହ ଶହ ଗାଡି ରାସ୍ତା ଉପରେ ଅଟକ ରହିଥିଲା। ଘଟଣା ସମ୍ପର୍କରେ ଖବରପାଇ ଜିଲ୍ଲା ଶିକ୍ଷା ଅଧିକାରୀ, ବାରିପଦା ବିଡ଼ିଓ, ତହସିଲଦାର ଓ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ଜାଣିଥିଲେ। ଅଭିଯୋଗ ପରେ ପୋଲିସ ନିଶାସକ୍ତ ଶିକ୍ଷକମାନଙ୍କ ଆଲକହଲ ଟେଷ୍ଟିଙ୍ଗ ମେସିନ ସାହାଯ୍ୟରେ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ଚାରିଜଣ ମାତାଲ ଶିକ୍ଷକଙ୍କୁ ବିଦା କରିବାର ପ୍ରତିଶ୍ରୁତି ଜିଲ୍ଲାଶିକ୍ଷା ଅଧିକାରୀ ଦେବାପରେ ଛାତ୍ରଛାତ୍ରୀ ରାସ୍ତା ଅବରୋଧରୁ ଉଠିଥିଲେ। ତେବେ ଦେଶର ଭବିଷ୍ୟତ ଗଠନ କରିବାର ଗୁରୁଦାୟିତ୍ୱ ବହନ କରୁଥିବା କର୍ତ୍ତବ୍ୟନିଷ୍ଠ ସଂପୃକ୍ତ ୪ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କୃତ କରି ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିବା ଉଚିତ ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ବୋଲି ମତପ୍ରକାଶ ପାଉଛି। ତେବେ ଚାରିଜଣ ମାତାଲ ଶିକ୍ଷକଙ୍କ ବିରୁଦ୍ଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଜିଲ୍ଲାଶିକ୍ଷା ଅଧିକାରୀ  ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking