27.1 C
Bhubaneswar
Saturday, July 27, 2024
Homeଓଡିଶାମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍: ପୁଲିସ ଡିଜି

ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍: ପୁଲିସ ଡିଜି

କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ। ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଜିଲ୍ଲାରେ ୬ଟି ଡ୍ରୋନକୁ ସାମିଲ କରାଯିବ ବୋଲି କୋରାପୁଟ ଗସ୍ତରେ ଆସି କହିଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ। ମାଓବାଦୀଙ୍କ ଦ୍ବାରା ହିଂସା କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପୁଲିସ ଡ଼ିଜି । ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଂଚାଇବା କାହାରି ଅଧିକାର ନାହିଁ ବୋଲି କହିଛନ୍ତି। ସେ ହିଂସାର ପଥ ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ କରିଛନ୍ତି। ଆଇନ ଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ମାଓବାଦୀକୁ କଡା ସନ୍ଦେଶ ଦେଇଛନ୍ତି। ଆଲୋଚନା ପରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିବା ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକର।
ସୁନାବେଡାସ୍ଥିତ ହାଲ ହେଲିପ୍ୟାଡରେ ଅବତରଣ କରି ପୁଲିସ ଓ ବିଏସଏଫ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୁଲିସ ଡିଜି ଆଲୋଚନା କରିଥିଲେ। ଜିଲ୍ଲାର ମାଓ ସ୍ଥିତି ଓ ମାଓ ବିରୋଧି ଅପରେସନ ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିଥିଲେ। ଆଲୋଚନାରେ ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ବିଏସଏଫ ଶୈଳେଶ କୁମାର, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, କୋରାପୁଟ ଏସପି ଅଭିନବ ସୋନକର ଉପସ୍ଥିତ ରହିଥିଲେ। ସେହିପରି ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅପରେସନ ସତ୍ୟବ୍ରତ ଭୋଇ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking