ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବାକୁ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି । ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନ ମନ୍ତ୍ରୀ । ଏସପିଙ୍କ ନେତୃତ୍ୱରେ ଟିମ ଗଠନ ହୋଇ ଘଟଣାର ତଦନ୍ତ ଚାଲିଛି । ବିଭିନ୍ନ ସ୍ଥାନରେ ଟିମ ଚଢାଉ କରୁଛି । ଖୁବଶୀଘ୍ର ଧରାପଡିଯିବ କହିଛନ୍ତି ମନ୍ତ୍ରୀ । ଡ୍ରୋନ ଜବତ ସହ ଯିଏ ଡ୍ରୋନ ଉଡାଇଛି ତାକୁ ଧରାହେବ । ଶ୍ରୀମନ୍ଦିର ୱାଚ ଟାୱାରରେ ରହିବେ ପୋଲିସ । ଶ୍ରୀମନ୍ଦିର ଚାରିପାଖ ୱାଚ ଟାୱାରରେ ମୁତୟନ ହେବେ ପୋଲିସ । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ୪ଟି ୱାଚ ଟାୱାରରେ ପୋଲିସ ମୁତୟନ ବ୍ୟବସ୍ଥା ହେବ । ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯାଇଛି ।