ନୂଆଦିଲ୍ଲୀ : ନୂଆବର୍ଷର ପ୍ରଥମ ଦିନରେ ବନ୍ଦ ହୋଇନି ଯୁଦ୍ଧ । ଆକ୍ରମଣ ସବୁଦିନ ପରି ନୂଆବର୍ଶରେ ମଧ୍ୟ ହୋଇଥିଲା । ଋଷ ମଧ୍ୟ ଜାନୁଆରୀ ୧ ତାରିଖରେ ୟୁକ୍ରେନ ଉପରେ ମାଡ କରିଛି । ୟୁକ୍ରେନର ରଣନୀତିର ସହର କୁହାଯାଉଥିବା କିଭରେ ଆକ୍ରମଣ କରିଛି ଋଷ । କିଭ ଇଣ୍ଡିପେଣ୍ଟଟର ରିପୋର୍ଟ ଅନୁସାରେ ଋଷ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ଯୁଦ୍ଧରେ ବ୍ୟାଙ୍କର ସଣ୍ଟ୍ରୋଲ କୋଠା କ୍ଷତିଗ୍ରସ୍ତ ହୋଇଛି । ୨୦୨୪ ସୁଦ୍ଧା ୧,୩୫୮ ଜଣଙ୍କୁ ଋଷୀୟ ବନ୍ଦୀରୁ ଫେରାଇ ଆଣିବ ୟୁକ୍ରେନ । କିଭ ସହରର ସାମରିକ ପ୍ରଶାସନ ପକ୍ଷରୁ ବୟାନ ରହିଛି ।