29.1 C
Bhubaneswar
Wednesday, November 6, 2024
Homeଓଡିଶାକଟକ୨୦୨୧ର ରେକର୍ଡ ଭାଙ୍ଗିଲେ ଅମାନିଆ ଚାଳକ : ୨୫ କୋଟି ଟଙ୍କା ଜରିମନା ଆଦାୟ

୨୦୨୧ର ରେକର୍ଡ ଭାଙ୍ଗିଲେ ଅମାନିଆ ଚାଳକ : ୨୫ କୋଟି ଟଙ୍କା ଜରିମନା ଆଦାୟ

କଟକ: କଟକ ସହରରେ ୨୦୨୧ ବର୍ଷରେ ଅମାନିଆ ଗାଡି ଚାଳକ ଗଲା ୫ ବର୍ଷର ରେକର୍ଡ ଭାଙ୍ଗିଦେଇଛନ୍ତିି । ସର୍ବାଧିକ ୨ଲକ୍ଷ ୨୧ହଜାର ୨୬୧ ଜଣ ଚାଳକ ଏହିବର୍ଷ ଟ୍ରାଫିକ୍ ନିୟମ ନମାନି ଗାଡି ଚଳାଇବା ବେଳେ ଧରାପଡିଛନ୍ତି । ଏମାନଙ୍କ ନିକଟରୁ ସର୍ବାଧିକ ୨୪ କୋଟି ୭୨ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛିି । ପ୍ରତିବର୍ଷ ଧରାପଡୁଥିବା ଖିଲାପିଙ୍କ ମଧ୍ୟରୁ ପାଖାପାଖି ୭୦ ପ୍ରତିଶତ ବାଇକ୍ ଚାଳକ ହେଲମେଟ୍ ବ୍ୟବହାର ନକରି ଧରାହେବା ସବୁଠାରୁ ଅଧିକ ଚିନ୍ତାଜନକ ହୋଇଛି । ଖୋର୍ଦ୍ଧା ଓ କଟକ ଦୁର୍ଘଟଣାରେ ରାଜ୍ୟର ଅଧିକ ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଗଣିତ ହେଉଥିବାରୁ ଦୁର୍ଘଟଣା ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ ହେଲମେଟ୍ ବ୍ୟବହାର ନ କରିବା ଏକ ଅନୁଧ୍ୟାନରୁ ଜଣାପଡିଛି । କଟକ କମିଶନରେଟ୍ ପୁଲିସ ମଟର ଯାନ ଆଇନ ବଳରେ ହେଲମେଟ୍ ପିନ୍ଧୁ ନଥିବା ବାଇକ୍ ଚାଳକ, ସିଟ୍ ବେଲଟ୍ ବ୍ୟବହାର କରୁ ନଥିବା କାର୍ ଚାଳକ, ଦ୍ରୁତ ଗାଡି ଚାଳକ, ରଙ୍ଗ୍ ରୁଟ୍‌ରେ ଗାଡି ନେବା, ଗୋଟିଏ ବାଇକ୍‌ରେ ୩ ଜଣ ଯାତ୍ରା କରୁଥିବା ଚାଳକଙ୍କ ବିରୋଧରେ୧ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ବେଳେ ରାସ୍ତାରେ ଜବର ଦଖଲ, ବେଆଇନ ପାର୍କିଂ ଇତ୍ୟାଦି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ଆଦାୟ କରାଯାଇଛି । ଗଲା ୫ବର୍ଷ ଭିତରେ ୭ଲକ୍ଷ ୧୮ହଜାର ୯୮୮ ଜଣ ଖିଲାପୀ କେବଳ ମୋଟର ଯାନ ଆଇନରେ ସର୍ବାଧିକ ଧରାପଡିଥିବା ବେଳେ ୨୦୨୧ ବର୍ଷ ରେକର୍ଡ ଭାଙ୍ଗିଛି । କଟକ ସହରରେ ୨୦୨୧ ବର୍ଷରେ ଏମିଭି ଆକ୍ଟରେ ୨ଲକ୍ଷ ୨୧ ହଜାର ୨୬୧ ଜଣଙ୍କ ନିକଟରୁ ୧୪ କୋଟି ୭୨ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଓୟୁପି ଆକ୍ଟରେ ମୋଟ ୧୩ ହଜାର ୪୫୮ଜଣଙ୍କ ନିକଟରୁ ୬୮ ଲକ୍ଷ ୧୮ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି । କଟକରେ ଟ୍ରାଫିକ ପୁଲିସ ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରୁନାହିଁ । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ମଟର ଯାନ ଆଇନ ସଂପର୍କରେ ଅଜ୍ଞ ରହୁଛନ୍ତିି । ପ୍ରତିବର୍ଷ ଏଭଳି ପୁଲିସ ଜରିମାନା ଆଦାୟ ସଂଖ୍ୟା ବୃଦ୍ଧି କଲେ ଦୁର୍ଘଟଣା ରେକାଯାଇପାରିବ ନାହିଁ । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking