17.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ

ଉତ୍ତରାଖଣ୍ଡ : ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ। ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ଡ୍ରିଲିଂ । ଏହି ଅପରେସନକୁ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ନାମକ କମ୍ପାନୀ ଚଳାଇଛି । ୧ ମିଟର ଓସାର ବିଶିଷ୍ଟ ସାଫ୍ଟରେ ଚାଲିଛି ଖନନ। ସେହିପରି ନବଯୁଗ ଇଂଜିନିୟରିଂ ପକ୍ଷରୁ ଆଗପଟୁ ଧସିଥିବା ଟନେଲ ଅଂଚଳରେ ଚାଲିଛି ଖୋଳାକାମ। ଧସିଥିବା ଟନେଲର ପଛପଟୁ ତେହରି ହାଇଡ୍ରୋ ଇଲେକଟ୍ରିକ୍ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ କରାଯିବ ଡ୍ରିଲିଂ ।

ବାରକୋଟ ପଟୁ ଏହି ଖନନ କାର୍ଯ୍ୟ ଚାଲିବ। ସେହିପରି ଓଏନଜିସି ପକ୍ଷରୁ ମଧ୍ୟ ସମାନ୍ତରାଳ ଭାବେ କରାଯିବ ଆଉ ଏକ ଉଦ୍ଧାରକାର୍ଯ୍ୟ। ସମାନ୍ତରାଳ ଭାବେ ବାମ କିମ୍ବା ଡାହାଣ ପଟୁ ଏହି ଡ୍ରିଲିଂ କରାଯିବ । ଡ୍ରିଲିଂ ଲାଗି ଇନ୍ଦୋରୁ ଆସିଥିଲା ଶକ୍ତିଶାଳୀ ଅଗନ ମେସିନର ଯନ୍ତ୍ରାଂଶ । ଟନେଲ ଧସିଥିବା ସ୍ଥାନରେ ଶକ୍ତିଶାଳୀ ମେସିନ୍ ପହଞ୍ଚାଇବାକୁ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ରୋଡ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଉଦ୍ଧାରକାର୍ଯ୍ୟରେ ଥାଇଲାଣ୍ଡ, ନରୱେ ଏବଂ ଅଷ୍ଟ୍ରେଲିଆର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଟିମ ତତ୍ତ୍ବାବଧାନରେ ଚାଲିଛି ରେସକ୍ୟୁ ଅପରେସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking