ପୁରୀ : ଉଭୟ ପରସ୍ପର ଭଲ ପାଇଥିଲେ, ମନଦିଆ ନିଆ ମଧ୍ୟ ହୋଇଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇଥିବାରୁ ପ୍ରେମିକା ଜଣକ ନିଜ ଘର ଛାଡି ପ୍ରେମିକ ସହିତ ଚାଲିଗଲା । କିନ୍ତୁ ଧୋକାବାଜ ପ୍ରେମିକ ଜଣକ ଅଧାବାଟରେ ଛାଡି ପଳାଇଲା । ପରେ ପ୍ରେମିକା ଯୁବକ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଅନ୍ତରଙ୍ଗ ବକ୍ଳ ନୂଆଗଡ଼ ଗାଁରେ ଘଟିଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମର ସମ୍ପଦ ମହାନ୍ତି (୨୪)ବର୍ଷ ସେହି ଗ୍ରାମର ଛଦ୍ମନାମ (୨୦)ବର୍ଷର ଝିଅ ଉଭୟ ଉଭୟଙ୍କୁ ପରସ୍ପର ଭଲ ପାଉଥିଲେ । କିନ୍ତୁ ଜୁଲାଇ ୯ ତାରିଖ ଦିନ ସମ୍ପଦ ମହାନ୍ତି ପ୍ରେମିକାକୁ ବିବାହ କରିବ କହି ଘରୁ ଯାଇଥିଲେ ।
ପ୍ରେମିକ ସମ୍ପଦ ମହାନ୍ତି ନିଜ ପ୍ରେମିକାକୁ ନେଇ ଆନ୍ଧ୍ରପ୍ରଦେଶର ଏକ ସମ୍ପର୍କୀୟ ଘରେ ୧୦ଦିନ ରଖି ପ୍ରେମିକାଙ୍କ ସହିତ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଉଭୟ ଏକ ଛାତ ତଳେ ଶପଥ ମଧ୍ୟ ନେଇଥିଲେ ସାତ ଜନ୍ମର ସାଥିହୋଇ ରହିବେ ବୋଲି । କିନ୍ତୁ ସବୁକିଛି ବଦଳି ଯାଇଥିଲା । ପ୍ରେମିକ ସମ୍ପଦ ନିଜ ମାମୁ ଘର ମା’ଙ୍କୁ ପୁରୀ ଜିଲ୍ଲା କାକଟପୁର ଡାକି ୧୯ତାରିଖ ଦିନ ଆନ୍ଧ୍ର ପ୍ରଦେଶରୁ ନିଜ ପ୍ରେମିକାକୁ ଆଣି ମାମୁ ଘର ଜେଜେ ମା’ଙ୍କୁ ଧରାଇ କାକଟପୁରରେ ଫେରାର ହୋଇଯାଇଥିଲେ ସମ୍ପଦ । ପ୍ରେମିକ ସମ୍ପଦଙ୍କ ମାମୁଘର ଜେଜେ ମା’ ସହ ପ୍ରେମିକା ଜଣକ ନୂଆଗଡ ଗ୍ରାମରେ ସମ୍ପଦଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ବୁଧବାର ସକାଳେ ପ୍ରେମିକା ଜଣକ ନୂଆଗଡ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ତାହା ସହ ପ୍ରେମିକାକୁ ନ୍ୟାୟ ଦେବା ପାଇଁ ନୂଆଗଡ ଗ୍ରାମର କିଛି ମହିଳା ଯୁବକ ମଧ୍ୟ ନୂଆଗଡ ସାମୁଦ୍ରିକ ଥାନା ସାମ୍ନାରେ ଧାରଣା ଦେଇଥିଲେ ।