31.1 C
Bhubaneswar
Sunday, July 13, 2025
Homeଓଡିଶାରମ୍ୟରଚନା ପାଇଁ ଡ. ନାରାୟଣ ମହାନ୍ତି ପାଇବେ ‘ପ୍ରଭା ପଟେଲ ସମ୍ମାନ’

ରମ୍ୟରଚନା ପାଇଁ ଡ. ନାରାୟଣ ମହାନ୍ତି ପାଇବେ ‘ପ୍ରଭା ପଟେଲ ସମ୍ମାନ’

କଟକ : ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କଳ ସାହିତ୍ୟ ସମାଜର ୧୧୯ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଡକ୍ଟର ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

୨୦୦୪ ମସିହାଠାରୁ ଡକ୍ଟର ମହାନ୍ତିଙ୍କ ଲିଖିତ ରମ୍ୟରଚନାଗୁଡ଼ିକ ବିଭିନ୍ନ ଦୈନିକ ସମ୍ବାଦପତ୍ର ତଥା ମାସିକ ଓ ସାପ୍ତାହିକ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିଆସୁଛି। ତାଙ୍କର ୪୫ଟି ସୁନିର୍ବାଚିତ ରମ୍ୟରଚନାକୁ ନେଇ ଏକ ସଂକଳନ ‘ମହାମନ୍ତ୍ରୀ ଉବାଚ’ ଚଳିତବର୍ଷ ପ୍ରକାଶିତ ହୋଇଛି। ଜେକେବିକେ ସରକାରୀ କଲେଜର ତର୍କ ଓ ଦର୍ଶନ ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ଭାବେ ୨୦୧୪ ଫେବ୍ରୁଆରିରେ ଅବସର ନେଇଥିବା ଡକ୍ଟର ମହାନ୍ତି ମର୍କତନଗର (ସିଡିଏ)ସ୍ଥିତ ବାସଭବନରେ ଅବସ୍ଥାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking