27.1 C
Bhubaneswar
Saturday, July 6, 2024
Homeଓଡିଶାମୋ ବସ୍ ଯାତ୍ରୀଙ୍କ ପ୍ରତିକ୍ରିୟା ନେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ା...

ମୋ ବସ୍ ଯାତ୍ରୀଙ୍କ ପ୍ରତିକ୍ରିୟା ନେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ା ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି । ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି । ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ । ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ । ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍‌କୁ ୪୦୦ ଇ. ବସ୍ ଅଣାଯିବ । ବିଗତ ୬ ବର୍ଷ ମଧ୍ୟରେ କ୍ରୁଟ୍ ମୋ ବସ୍ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି । ଚଳାଚଳ କରୁଥିବା ସମୁଦାୟ ବସ୍‌ରୁ ୬୩ଟି ଇ. ବସ୍ ଚଳାଚଳ କରୁଛି । ଆସନ୍ତା ଦିନରେ ଯୋଜନା ରହିଛି ଯେ କଟକ, ଭୁବନେଶ୍ୱର ଏବଂ ରାଉରକେଲା ସହର ପାଇଁ ୧୦୦ ଲେଖାଏଁ ଏବଂ ସମ୍ବଲପୁର, ବ୍ରହ୍ମପୁର ସହର ପାଇଁ ୫୦ଟି ଇ. ବସ୍ ଯୋଗ କରାଯିବ ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ମୋ ବସ୍‌ରେ ଯାତ୍ରା କରି ମାନ୍ୟବର ମନ୍ତ୍ରୀ ପହଞ୍ଚିଥିଲେ ଗାଡ଼କଣ ଡ଼ିପୋ । ଏହାପରେ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ଅରୁଣ ବୋଥ୍ରାଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗାଡ଼କଣ ଇ. ବସ୍ ଡ଼ିପୋ ପରିଦର୍ଶନ କରି ବିଭିନ୍ନ ସ୍ଥିତି ବିଷୟରେ ପଚାରି ବୁଝିବା ସହିତ କ୍ରୁଟ୍ ପରିଚାଳନା ଟିମ୍ ସହିତ ଏକ ସମୀକ୍ଷା ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ବ୍ୟସ୍ତ ରହୁଥିବା ରୁଟ୍ ଗୁଡ଼ିକରେ ଅଧିକ ବସ୍ ଚଳାଚଳ ନେଇ ଗୁରୁତ୍ୱାରୋପ ଦେବାକୁ କହିଛନ୍ତି ।

ବର୍ତ୍ତମାନ କ୍ରୁଟ୍ ପକ୍ଷରୁ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ୬ଟି ସହରରେ ସମ୍ପୂର୍ଣ୍ଣ ୯୫ଟି ରୁଟ୍‌ରେ ମୋ ବସ୍ ଚଳାଚଳ କରୁଛି । ଦୈନିକ ସାଧାରଣ ଜନତାଙ୍କ ମଧ୍ୟରୁ ୨.୫ ଲକ୍ଷ ଯାତ୍ରୀ ଏହି ମୋ ବସ୍ ସେବା ଉପରେ ନିର୍ଭରଶୀଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking