17.1 C
Bhubaneswar
Thursday, January 16, 2025
Homeଓଡିଶାମହୁଡାରେ ଡବଲ୍ ମର୍ଡର୍‌; ମୃତଦେହକୁ ପେଟ୍ରୋଲ ଢାଳି ଜାଳିଦେଲେ

ମହୁଡାରେ ଡବଲ୍ ମର୍ଡର୍‌; ମୃତଦେହକୁ ପେଟ୍ରୋଲ ଢାଳି ଜାଳିଦେଲେ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର କିଛି ଲୋକ ଦୁଇ ଜଣ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହକୁ ସେମାନେ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ଦୁଇ ମୃତକ ହେଲେ ସଦର ଥାନା ଲାଠି ଗାଁ କୁମ୍ଭାରସାହିରେ ଭଡ଼ାରେ ରହୁଥିବା ଶିବ ଓରଫ ଶିବରାମ ଗୌଡ଼(୩୪) ଓ ପାଢ଼ୀସାହିର ଲିଟୁ ଓରଫ୍ ବିଘ୍ନରାଜ ପୁରୋହିତ(୩୮) । ଏହି ଘଟଣାରେ ପୁଲିସ ୧୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଗତକାଲି ଶିବରାମ ତାଙ୍କର ସାଙ୍ଗ ଲିଟୁ ସହିତ ସନ୍ଧ୍ୟାରେ ମହୁଡ଼ା ଗାଁକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିବା ବେଳେ ସ୍ତ୍ରୀ ଲକି ମହାରଣା ସ୍ୱାମୀ ଶିବରାମଙ୍କୁ ଫୋନ୍ କରିଥିଲେ । କାମସାରି ଘରକୁ ଯାଉଛି ବୋଲି ଶିବରାମ କହିଥିଲେ । ପ୍ରାୟ ଏକ ଘଣ୍ଟା ପରେ ପୁଣିଥରେ ଲକି ଫୋନ୍ କରିଥିବା ବେଳେ ସ୍ୱାମୀ ଶିବାରାମ ଫୋନ୍ ଉଠାଇ ନଥିଲେ । ଏହାପରେ ତାଙ୍କର ମୋବାଇଲ୍ ବନ୍ଦ ହୋଇଯାଇଥିଲା । ବିଳମ୍ବିତ ରାତିରେ ମହୁଡ଼ା ଗାଁର କିଛି ଲୋକ ଉଭୟଙ୍କୁ ପ୍ରଥମେ ପିଟିପିଟି ହତ୍ୟା କରାଯାଇଥିଲା । ଏହାପରେ ଉଭୟଙ୍କ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ଆଣି ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀ ପାର୍ଶ୍ୱରେ ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ମୃତକଙ୍କ ବାଇକ୍‌ରୁ ହିଁ ପେଟ୍ରୋଲ ବାହାର କରି ଉଭୟଙ୍କ ଶରୀରରେ ପକାଇଥିଲେ । ଦରପୋଡ଼ା ମୃତଦେହ ନିକଟରେ ସେମାନଙ୍କର ବାଇକ୍ ମଧ୍ୟ ପଡ଼ି ରହିଥିଲା । ହତ୍ୟାକାଣ୍ଡ ସ୍ଥଳରୁ ପୋଡ଼ା ଯାଇଥିବା ସ୍ଥାନ ପର୍ଯ୍ୟନ୍ତ ରକ୍ତର ଛିଟା ଲାଗିଥିଲା । ମହୁଡ଼ା ଗାଁରେ ମାରପିଟ ହୋଇଥିବା ନେଇ ଦିଗପହଣ୍ଡି ପୁଲିସ ବିଳମ୍ବିତ ରାତିରେ ଖବର ପାଇଥିଲେ । ପୁଲିସ ସେଠାରେ ପହଞ୍ôଚବା ପରେ ଦୁଇ ଜଣ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଗ୍ରାମ ମୁଁହରେ ଥିବା ପୋଖରୀ ହୁଡ଼ାରେ ଦୁଇ ଯୁବକଙ୍କ ମୃତଦେହ ଜଳୁଥିବା ଦେଖିଥିଲେ ।

ପୁଲିସ ପୋଖରୀରୁ ପାଣିଆଣି ମୃତଦେହରେ ପକାଇ ନିଆଁକୁ ଲିଭାଇଥିଲେ । ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ସେଠାରେ ପହଞ୍ôଚଥିଲେ । ପରେ ପୁଲିସ ମୃତକଙ୍କ ପରିଚୟ ପାଇବା ପରେ ଶିବରାମଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲେ । ଶିବରାମଙ୍କ ସ୍ତ୍ରୀ ଆସି ଦରପୋଡ଼ା ଅବସ୍ଥାରେ ପଡ଼ିଥିବା ସ୍ୱାମୀଙ୍କ ମୃତଦେହ ଚିହ୍ନଟ କରିଥିଲେ । ଦିଗପହଣ୍ଡି ଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ ।

ଏହି ଘଟଣାରେ ପୁଲିସ ୧୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସ୍‌ପି କହିଛନ୍ତି । ଗତକାଲି ମହୁଡ଼ା ଗ୍ରାମର ଏହି ଲୋକଙ୍କ ସହିତ ଦୁଇ ଯୁବକଙ୍କ କୌଣସି କାରଣକୁ ଝଗଡ଼ା ହୋଇଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking