18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମୋ ସ୍ୱାମୀଙ୍କୁ କିଛି କହିବନି.... ଏଭଳି ଲେଖି ଜୀବନ ହାରିଲେ ମହିଳା....

ମୋ ସ୍ୱାମୀଙ୍କୁ କିଛି କହିବନି…. ଏଭଳି ଲେଖି ଜୀବନ ହାରିଲେ ମହିଳା….

ଲକ୍ଷ୍ନୌ: ବାପା-ମା’ ମୁଁ ଆପଣଙ୍କୁ ବହୁତ ଭଲପାଏ । ମୋ ସ୍ୱାମୀଙ୍କୁ କିଛି କହିବନି । ଏଭଳି ଲେଖି ଜୀବନ ହାରିଲେ ମହିଳା । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏଭଳି ଘଟଣା । ଗାଧୁଆ ଘର ଭିତରକୁ ଯାଇ ଆଉ ବାହାରିନଥିଲେ ମହିଳା । ଶାଶୁ ଘର ଲୋକେ କବାଟ ବାଡାଇବା ପରେ ମହିଳାଜଣକ ଉତ୍ତର ନଦେବାରୁ କବାଟ ଭଙ୍ଗାଯାଇଥିଲା । କବାଟ ଭାଙ୍ଗିବା ପରେ ଗାଧୁଆ ଘର ଭିତରେ ମହିଳାଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା । ପୁଲିସକୁ ଏନେଇ ଖବର ଦିଆଯାଇଥିବା ବେଳେ ମହିଳାଙ୍କ ବାପା ଘର ଲୋକେ ତାଙ୍କ ଶାଶୁ ଘର ଲୋକଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ମୃତକଙ୍କ ନାମ ମୋନିକା ବର୍ମା ବୋଲି ଚିହ୍ନଟ କରାଯାଇଛି ।

ସୂଚନାନୁସାରେ, ବାରବାଙ୍କି ନିବାସୀ ମୋନିକା ବର୍ମା ଲକ୍ଷେ୍ନ?ର ଗୁଡବା ନିବାସୀ ଅଭିଷେକ ବର୍ମାଙ୍କୁ ବିବାହ କରିଥିଲେ । ଘଟଣା ଦିନ ୧୨ଟା ସମୟରେ ମୋନିକା ଆତ୍ମହତ୍ୟା କରିବା ପରେ ପୁଲିସ ଖବର ପାଇ ମୋନିକାଙ୍କ ଶାଶୁଘରେ ପହଞ୍ଚିଥିଲା । ଗାଧୁଆ ଘର କାନ୍ଥରେ ବାପା-ମା’ ମୁଁ ଆପଣଙ୍କୁ ବହୁତ ଭଲପାଏ । ଅଭିଷେକଙ୍କୁ କିଛି କହିବନି ଲେଖାଥିବା ଦେଖିଥିଲା ପୁଲିସ । ଏହା ଦେଖି ପୁଲିସ ମୋନିକାଙ୍କ ବାପା-ମା’ଙ୍କୁ ଖବର ଦେଇଥିଲା । ସେମାନେ ମୋନିକାଙ୍କ ଶାଶୁ ଘରେ ପହଞ୍ଚି ହଙ୍ଗାମା କରିବା ପରେ ଝିଅର ଏଭଳି ଅବସ୍ଥା ପାଇଁ ଶାଶୁଘର ଲୋକ ଦାୟୀ ବୋଲି କହିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଅଭିଷେକଙ୍କ ୨ଭଉଣୀ ଓ ତାଙ୍କ ମାମୁ ତାଙ୍କ ସହ ଲକ୍ଷ୍ନୌରେ ରହୁଥିଲେ । ଏମାନେ ସମସ୍ତେ ମିଶି ମୋନିକାଙ୍କୁ ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ । ଯୌତୁକ ନମିଳିବାରୁ ଝିଅକୁ ହତ୍ୟା କରି ଆତ୍ମତ୍ୟାର ରୂପ ଦେଇଛନ୍ତି । ଏଭଳି ଆରୋପ ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking