ପ୍ରୟାଗରାଜ : ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ଲୋକମାନଙ୍କୁ ଆକର୍ଷିତ କରୁଛି । ଏହା ଏକ ସାଂସ୍କୃତିକ ଏବଂ ଐତିହାସିକ ଜାଗା ଅଟେ । ଏହା ହେଉଛି ଗଙ୍ଗା , ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ମିଳନ । ହିନ୍ଦୁ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଏହା ପବିତ୍ର ସ୍ଥାନ । ସେଠାରେ ଏକ ବଡ ହନୁମାନ ମନ୍ଦିର ରହିଛି । ଯାହାର ଉଚ୍ଚତା ୨୦ ଫୁଟ ରୁ ଅଧିକ । ଏହା ଦର୍ସକଙ୍କୁ ଆକର୍ଷିତ କରିଥାଏ । ଆହ୍ଲାବାଦ ଦୁର୍ଗ ଭିତରେ ଅବସ୍ଥିତ ଥିବା ଏହି ସଂଗ୍ରହାଳୟରେ ଭାରତୀୟ ଇତିହାସର ବିଭିନ୍ନ ସମୟର ପ୍ରାଚୀନ ମୂର୍ତ୍ତି , ଲେ୍ଖା ଏବଂ କଳାକୃତିର ଏକ ଆକର୍ଷଣାୟ ସଂଗ୍ରହ ରହିଛି । ସେହିପରି ଆନନ୍ଦ ଭବନରେ ଜବାହାର ଲାଲ ନେହେରୁଙ୍କ ବ୍ୟକ୍ତିଗତ କଳାକୃତି ଏବଂ ଡକ୍ୱୁମେଣ୍ଟ ଏବଂ ଫଟୋଗ୍ରାଫ ରଖାଯାଇଛି ।