ଯାଜପୁର (ଓଏନଏ) :-ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବହୁ ଚର୍ଚିତ ନଗଡା଼ର ରେ ଲୋକ ମାନେ ଥଣ୍ଡା ଜ୍ୱର ଆକ୍ରାନ୍ତ ହୋଇ ଛନ୍ତି ସ୍ୱାବ ପରୀକ୍ଷା ପାଇଁ ପରାମର୍ଶ ଦିଆ ଯାଇ ଥିଲା ସେମାନଙ୍କ ର ଡାକ୍ତର ଖାନା ପ୍ରତି ବିଶ୍ବlସ ନାହିଁ ଚେର ମୁଲିକା ରେ ଅତୁଟ ବିଶ୍ୱାସ ରହିଛି ତେଣୁ ସ୍ୱାବ ପରୀକ୍ଷା ଓ ଟୀକା ନେବା ପାଇଁ ରାଜି ନ ଥିଲେ l ଆଦିବାସୀ ମାନେ କୋଭିଡ ଟୀକା ନେବାକୁ କିମ୍ବା ସ୍ୱାବ ପରୀକ୍ଷା କରିବାକୁ ରାଜି ନହେବା ଘଟଣା ସୁକିନ୍ଦା ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥାର କାରଣ ସାଜି ଥିଲା l ସେମାନଙ୍କୁ ବହୁ ବୁଝାସୁଝା କରିବାପରେ ଶେଷରେ ସେମାନେ ରାଜି ହୋଇଥିଲେ l
ଶନିବାର ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତଳ ନଗଡା଼ର 32ଜଣ ପୁରୁଷ,33 ଜଣ ମହିଳା ଓ 4 ଜଣ ଶିଶୁ ଏପରି ମୋଟ 69 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା l ସବୁଗୁଡିକ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିଶ୍ୱଜିତ ସ୍ୱାଇଁ ପ୍ରକାଶ କରିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା ଜୟଦେବ ନନ୍ଦଙ୍କ ତତ୍ୱା ବଧାନରେ. ପିଏଚଇଓ ରଶ୍ମୀପ୍ରଭା ଖଟୁଆ, ଏଲଟି ବିକ୍ରମ ରାଉତ,ଡ଼ିଇଓ ସନ୍ତୋଷିନୀ ପାହି, ବିଡ଼ିଏମ ଅନୁସୂୟା ରାଉତ ପ୍ରମୁଝ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟ ପରିଚାଳନା କରିଥିଲେ lସେଠାରେ ଟୀକା ଦେବା ପାଇଁ ଵେବସ୍ତା କରାଯିବା ।
.ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ